ଭୂଷଣ୍ଡପୁରରେ ବାଣ ବିସ୍ଫୋରଣରେ ୪ ମୃତ, ୪ ଗୁରୁତର | News Room Odisha

ଭୂଷଣ୍ଡପୁରରେ ବାଣ ବିସ୍ଫୋରଣରେ ୪ ମୃତ, ୪ ଗୁରୁତର

ଖୋର୍ଦ୍ଧା – ଟାଙ୍ଗୀ ଥାନା ଭୂଷଣ୍ଡପୁର ଗାଁରେ ଅଘଟଣ । ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ଗୋଟିଏ ଘର ସଂପୂର୍ଣ୍ଣ ଜଳିଯାଇଛି । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୋଳ ପାଇଁ ଘର ଭିତରେ ବାଣ ତିଆରି ଚାଲିଥିଲା ବେଳେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।