ରାଉରକେଲା ଏଫଆଇଏଚ ପ୍ରୋ ଲିଗ୍ ହକି ପାଇଁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ | News Room Odisha

ରାଉରକେଲା ଏଫଆଇଏଚ ପ୍ରୋ ଲିଗ୍ ହକି ପାଇଁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ

ରାଉରକେଲା – ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆସନ୍ତା ୧୦ ତାରିଖଠାରୁ ଆରମ୍ଭ ହେବ ଏଫ ଆଇଏଚ ପ୍ରୋ ଲିଗ ହକି । ଏଥିରେ ଭାରତ, ଜର୍ମାନୀ, ଅଷ୍ଟ୍ରେଲିଆ ଭାଗ ନେବେ। ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଟୁର୍ଣ୍ଣାମେଣ୍ଟ ପାଇଁ ଆଜିଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଦୁଇଟି କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି।

ସକାଳ ୧୧ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରାଯାଉଛି। ଆସନ୍ତା ୮ତାରିଖ ହୋଲି ଥିବାରୁ ସେହିଦିନ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି ହେବ । ଅନଲାଇନ ଟିକେଟ ବିକ୍ରି ଶେଷ ହୋଇଛି।