ଇଫିକୋ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଓ ଶ୍ରୀ ଜଗନ୍ନାଥ ମନ୍ଦିରକୁ ୧୧ ଲକ୍ଷ ଟଙ୍କା ଦାନ | News Room Odisha

ଇଫିକୋ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଓ ଶ୍ରୀ ଜଗନ୍ନାଥ ମନ୍ଦିରକୁ ୧୧ ଲକ୍ଷ ଟଙ୍କା ଦାନ

ଭୁବନେଶ୍ୱର: ଦେଶର ସର୍ବବୃହତ ସାର ପ୍ରସ୍ତୁତକାରୀ ତଥା ବିଶ୍ୱର ସର୍ବ ବୃହତ୍ତମ ସମବାୟ ସଂସ୍ଥା ଇଣ୍ଡିଆନ୍ ଫାର୍ମରସ୍ ଫର୍ଟିଲାଇଜର୍ କୋଅପରେ ଟିଭ୍ ଲିଃ (ଇଫିକୋ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରାଯାଇଛି । ଆଜି ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଇଫିକୋର ବରିଷ୍ଠ ଅଧିକାରୀ ମାନେ ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଇଫିକୋ ପରିଚାଳନା ନିର୍ଦ୍ଦେଶକ ଡଃ ଉଦୟ ଶଙ୍କର ଅଗସ୍ତି, ନିର୍ଦ୍ଦେଶକ କେ. ଜେ. ପଟେଲ ଏବଂ ଲୋକସଂପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ଚେକ୍ ଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଇଫିକୋର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହା ପୂର୍ବରୁ ଉକ୍ତ ଅଧିକାରୀମାନେ ୫-ଟି ସଚିବଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହାପରେ ଉକ୍ତ ଅଧିକାରୀମାନେ ପୁରୀ ଯାଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ୧୧ ଲକ୍ଷ ଟଙ୍କା ଆଜି ଦାନ କରିଥିଲେ ।