ମାଣିକ ଶାହ ପୁଣି ହେବେ ତ୍ରିପୁରା ମୁଖ୍ୟମନ୍ତ୍ରୀ | News Room Odisha

ମାଣିକ ଶାହ ପୁଣି ହେବେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା: ମାଣିକ ଶାହ ପୁଣି ତ୍ରିପୁରାର ମୁଖ୍ୟମନ୍ତ୍ରୀ ହେବେ । ସୋମବାର ଅନୁଷ୍ଠିତ ବୈଠକରେ ମାଣିକ ଶାହ ରାଜ୍ୟ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରତୀମା ଭୌମିକ ଶାହଙ୍କ ନାମ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୌଡ଼ରେ ଭୌମିକ ମଧ୍ୟ ଥିଲେ ।

ମୁଖ୍ୟମନ୍ତ୍ରୀ ଭାବରେ ଏହା ମାଣିକ ଶାହଙ୍କ କ୍ରମାଗତ ଦ୍ୱିତୀୟ କାର୍ଯ୍ୟକାଳ ହେବ। ତ୍ରିପୁରାର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ୩୨ଟି ଆସନ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ଏହାର ସହଯୋଗୀ ଇଣ୍ଡିଜେନସ୍ ପିପୁଲ୍ସ ଫ୍ରଣ୍ଟ ଅଫ୍ ତ୍ରିପୁରା (ଆଇପିଏଫଟି) ଗୋଟିଏ ଆସନ ଜିତିଥିଲା।

ଫେବୃଆରୀ ୧୬ରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଅନୁଷ୍ଠିତ ହୋଇଥିଲା ଏବଂ ଫଳାଫଳ ଗୁରୁବାର (ମାର୍ଚ୍ଚ ୨)ରେ ଘୋଷଣା କରାଯାଇଥିଲା। ନିର୍ବାଚନ ଫଳାଫଳ ପରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ନାମକୁ ନେଇ ବିଜେପିରେ ମନ୍ଥନ ଆରମ୍ଭ ହୋଇଥିଲା।

ନୂଆ ସରକାର ଶପଥ ଗ୍ରହଣ ଉତ୍ସବ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବ। ଏଥିରେ ଯୋଗଦେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡ୍ଡା ମଙ୍ଗଳବାର ସନ୍ଧ୍ୟାରେ ଅଗରତାଲାରେ ପହଞ୍ଚିବେ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗଦେବା ସମ୍ଭାବନା ରହିଛି ।