ପଦୋନ୍ନତି ପାଇଲା ପରେ ବିପୁଳ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡିଲେ ବନ ଅଧିକାରୀ | News Room Odisha

ପଦୋନ୍ନତି ପାଇଲା ପରେ ବିପୁଳ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡିଲେ ବନ ଅଧିକାରୀ

କୋରାପୁଟ – ପଦୋନ୍ନତି ପାଇବା ପରେ ଭିଜିଲାନ୍ସ ଜାଲରେ ପଡିଲେ ଏସିଏଫ୍ । ବିପୁଳ ପରିମାଣର ନଗଦ ଟଙ୍କା ନେଇ ଯାଉଥିବା ବେଳେ ଲମତାପୁଟ ବନାଞ୍ଚଳ ଅଧିକାରୀ ସୁରଜିତ କୁମାର ସାହୁଙ୍କୁ ଧରିଛି ଭିଜିଲାନ୍ସ । କୋରାପୁଟ ଭିଜିଲାନସ୍ ଡିଭିଜନ ଟିମ୍ ଗତକାଲି ବିପୁଳ ପରିମାଣର ଟଙ୍କା ସହ ସୁରଜିତଙ୍କୁ ଧରିଛି । ସୁରଜିତ ଗତକାଲି ବନାଞ୍ଚଳ ଅଧିକାରୀରୁ ଏସିଏଫ୍ ପଦକୁ ପଦୋନ୍ନତି ପାଇଥିଲେ । ସେ ଭୁବନେଶ୍ୱର ଯାଉଥିବା ସହକର୍ମୀଙ୍କୁ କହିଥିଲେ । ସେ ବିପୁଳ ପରିମାଣ ଟଙ୍କା ନେଇ ଯାଉଥିବା କୌଣସି ସୂତ୍ରରୁ ଖବର ପାଇ ଭିଜିଲାନସ୍ ବିଭାଗର ଏକ ଟିମ୍ ତାଙ୍କୁ ପିଛା କରିଥିଲେ କୋରାପୁଟରେ କାବୁ କରିଥିଲା । ୬ ଜଣିଆ ଭିଜିଲାନ୍ସ ଟିମ ଲମତାପୁଟରେ ପହଞ୍ଚି ସୁରଜିତଙ୍କ କାର୍ଯ୍ୟଳୟରେ କାଗଜ ପତ୍ର ଯାଞ୍ଚ କରିବା ସହ ତଦନ୍ତ କରୁଛନ୍ତି ।