ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି | News Room Odisha

ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର – ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଗୁରୁତର ଆହତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିବା ଭୂଷଣ୍ଡପୁର ଗାଁର ଦୋଳଗୋବିନ୍ଦ ବେହେରାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଶରୀରର ୭୦ ପ୍ରତିଶତରୁ ଅଧିକ ଭାଗ ପୋଡ଼ିଯାଇଥିଲା। ବିସ୍ଫୋରଣରେ ଗୁରୁତର ଆଉ ୩ ଜଣ ଭୁବନେଶ୍ୱର ଏମ୍ସରେ ଏବେବି ଚିକିତ୍ସାଧୀନ ଅଛନ୍ତି।

ଭୂଷଣ୍ଡପୁର ଗାଁରେ ସୋମବାର ଏକ ଘର ଭିତରେ ଦୋଳ ପୂର୍ଣ୍ଣିମା ପାଇଁ ବାଣ ତିଆରି ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ ୮ଜଣ ଘର ଭିତରେ ଥିଲେ। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୪ଜଣ ଆହତ ହୋଇଥିଲେ। ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି।