ଯାତ୍ରା ଓ ମେଲୋଡିରେ ଏଣିକି ଅଶ୍ଳୀଳତା ଉପରେ ଲାଗିବ କଡ଼ା କଟକଣା | News Room Odisha

ଯାତ୍ରା ଓ ମେଲୋଡିରେ ଏଣିକି ଅଶ୍ଳୀଳତା ଉପରେ ଲାଗିବ କଡ଼ା କଟକଣା

ଭୁବନେଶ୍ୱର – ଯାତ୍ରା ଓ ମେଲୋଡିରେ ଅଶ୍ଳୀଳତା ଉପରେ ଏଣିକି କଟକଣା ଲାଗିବ । ନଗ୍ନତାକୁ ବି ପ୍ରଶ୍ରୟ ଦିଆଯିବ ନାହିଁ । ଯାତ୍ରାରେ ଦ୍ବିଅର୍ଥବୋଧକ ସଂଳାପ ମଧ୍ୟ ରହିବ ନାହିଁ। ଏ ନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ଚିଠି ଲେଖାଯାଇଛି।ସମସ୍ତ ପ୍ରକାର ଅଶ୍ଲୀଳତାକୁ ଦୃଶ୍ୟ ଓ ବନ୍ଦ କରିବା ପାଇଁ ଜାରି ହୋଇଛି କଡା ନିର୍ଦ୍ଦେଶନାମା । ଯାତ୍ରା ଓ ମେଲୋଡି ପାଇଁ ଅନୁମତି ଦେବା ବେଳେ ସର୍ତ୍ତାବଳୀରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ମଧ୍ୟ କୁହାଯାଇଛି ।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଯାତ୍ରା ଓ ମେଲୋଡି ରାଜ୍ୟରେ ମନୋରଂଜନର ଏକ ଲୋକପ୍ରିୟ ମାଧ୍ୟମ । କିନ୍ତୁ ମଞ୍ଚରେ ଅଶ୍ଲୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ୱିଅର୍ଥବୋଧକ ସଂପଳା ଓ ଅଭିନୟ ଦ୍ୱାରା ପରିବାର ସଦସ୍ୟ ଏକାଠି ବସି ନାଟକ ଦେଖିବା ସମ୍ଭବ ହେଉନି । ଯୁବକ ଯୁବତୀମାନେ ବିପଥଗାମୀ ହେଉଛନ୍ତି । ତା ସହିତ ଆମର ସଂସ୍କୃତି ମଧ୍ୟ କଦର୍ଥ ହେଉଛି । ତେଣୁ ଏହାକୁ ବନ୍ଦ କରିବାକୁ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ।