ବୈଜ୍ଞାନିକ ପ୍ରଫୁଲ୍ଲ ଜେନାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ | News Room Odisha

ବୈଜ୍ଞାନିକ ପ୍ରଫୁଲ୍ଲ ଜେନାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର – ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଜେନାଙ୍କ ଦେହାନ୍ତ ହୋଇଯାଇଛି । ବୈଜ୍ଞାନିକ ଜେନାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜ୍ଞାନ ଓ ଗବେଷଣା ବିଶେଷ କରି ଧାତବ ବିଜ୍ଞାନ କ୍ଷେତ୍ରରେ ନିଜ ଅବଦାନ ପାଇଁ ସ୍ୱର୍ଗତ ଜେନା ସର୍ବଦା ସ୍ମରଣୀୟ ରହିବେ ବୋଲି ଶୋକ ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।