"ବିଷମୁକ୍ତ ଖାଦ୍ୟ ଏବଂ ରୋଗ ମୁକ୍ତ ଶରୀର" ଉପରେ ଆଲୋଚନା ଚକ୍ର | News Room Odisha

“ବିଷମୁକ୍ତ ଖାଦ୍ୟ ଏବଂ ରୋଗ ମୁକ୍ତ ଶରୀର” ଉପରେ ଆଲୋଚନା ଚକ୍ର

ସମ୍ବଲପୁର: ଅଭିନଵ କୃଷି ସମ୍ବଲପୁର ପକ୍ଷରୁ ଆଜି ସ୍ଥାନୀୟ ରାମଚଣ୍ଡୀ ସେବା ସଦନ ଠାରେ “ବିଷମୁକ୍ତ ଖାଦ୍ୟ ଏବଂ ରୋଗ ମୁକ୍ତ ଶରୀର” ଉପରେଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା I ଡ଼ଃ ଗୌରୀ ଦାସ ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଚାଷୀ, ଡାକ୍ତର, ଶିକ୍ଷାବିତ, ବୁଦ୍ଧିଜୀବୀ ମାନେ ଯୋଗଦାନ କରି “ବିଷମୁକ୍ତ ଖାଦ୍ୟ ଏବଂ ରୋଗ ମୁକ୍ତ ଶରୀର” ଉପରେ ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ I ବିଷ ମୁକ୍ତ ଖାଦ୍ୟ ସମ୍ପର୍କରେ ମତାମତ ପୋଷଣ କରି ବିଶିଷ୍ଟ ଚାଷୀ ସୁଦାମ ସାହୁ ପ୍ରକୃତି ଦତ୍ତ ବିହନ, ଶସ୍ୟ ଉପରେ ଗୁରୁତ୍ୱାରୋପ କରିଥିବାବେଳେ ଡ଼ଃ ରାମ ଚରଣ ପ୍ରଧାନ ରୋଗ ମୁକ୍ତ ଶରୀର ଉପରେ ବିଷଦ ଆଲୋଚନା କରିଥିଲେ I ଏହି ଅବସରରେ ବିଶ୍ୱଜିତ ପ୍ରଧାନ, ଡ଼ଃ ଦିବେନ୍ଦୁ ସାହୁ, ସୁକାନ୍ତି ପ୍ରଧାନ, ଲଷ୍ମଣ ଖମାରୀ, ରଞ୍ଜନୀ ପ୍ରଧାନ, ଶଙ୍କର କୁମାର ପାତ୍ର ପ୍ରମୁଖ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ I ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ସଫଳ ମହିଳା ଚାଷୀ ଶଙ୍କଜିନୀ ପ୍ରଧାନଙ୍କୁ ମାନପତ୍ର ସହିତ ଉତ୍ତରୀୟ ପ୍ରଦାନ ପୁର୍ବକ ଅଭିନଵ କୃଷି ଅନୁଷ୍ଠାନର ସୁପ୍ରଭା ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ I ପ୍ରାରମ୍ଭରେ ଜଟା ଭୂଷଣ ସାହୁ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ଜ୍ଞାପନ ଏବଂ ପରିଶେଷରେ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I