ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ ଲିଭା ଉଦ୍ୟମ ଜାରି, ଘଟଣାସ୍ଥଳରେ ପୁରୀ ଏସପି | News Room Odisha

ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ ଲିଭା ଉଦ୍ୟମ ଜାରି, ଘଟଣାସ୍ଥଳରେ ପୁରୀ ଏସପି

ପୁରୀ – ବଡ଼ଦାଣ୍ଡ ମାରିଚୀକୋଟ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ଗତ ରାତିଠାରୁ ଲାଗି ଥିବା ନିଆଁ ଆହୁରି ଲିଭି ନାହିଁ।

ଘଟଣାସ୍ଥଳରେ ପୁରୀ ଏସପି ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି। ଗତକାଲିରୁ ନଆଁ ଲିଭା କାର୍ଯ୍ୟ ଜାରି ଅଛି ।

ପ୍ରଥମ ମହଲାରୁ ଦ୍ବିତୀୟ ମହଲାକୁ ନିଆଁ ବ୍ୟାପିଛି । ଦ୍ବିତୀୟ ମହଲାରେ ବ୍ୟାଙ୍କ ଓ ଲୁଗା ଦୋକାନ ଜଳୁଛି । ଅଗ୍ନିକାଣ୍ଡ ଯୋଗୁଁ ଆଖପାଖ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ୧୨ ଘଣ୍ଟା ହେବ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍। ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି ୧୦ଟି ଦମକଳ ବାହିନୀ ଏବଂ ୨ଟି ଓଡ୍ରାଫ ଟିମ୍।