ଜ୍ୱାଇଁକୁ ପିଟି ପିଟି ହତ୍ୟା ! | News Room Odisha

ଜ୍ୱାଇଁକୁ ପିଟି ପିଟି ହତ୍ୟା !

ବଲାଙ୍ଗୀର – ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଚାବ୍ରିପାଲି ଗାଁରେ ଅଭାବନୀୟ ଘଟଣା । ଶ୍ୱଶୁର ଘର ଲୋକେ ଜ୍ବାଇଁକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ହତ୍ୟା ଚପାଇବାକୁ ଶ୍ୱଶୁର ଘର ଲୋକେ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଜ୍ୱାଇଁ ରୁଦ୍ର ମେହେରଙ୍କ ମୃତଦେହ ଜରି ବସ୍ତାରୁ ଉଦ୍ଧାର ହୋଇଛି । ବସ୍ତାରେ ମୃତଦେହ ରଖି ଭ୍ୟାନରେ ଫିଙ୍ଗିବା ଉଦ୍ୟମ ବିଫଳ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।