ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ | News Room Odisha

ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଗଡ଼ଭିତରପଡ଼ାର ଏକ ଘର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ଥୁଆପାଲି ଗାଁର ପ୍ରଭୁଦତ୍ତ ସରାଫ (୪୫) ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

ମୃତକ ବିବାହିତ ହୋଇଥିବା ବେଳେ ସେ ନିଜ ଶ୍ୱଶୁର ଘର ବିନିକାରେ ପରିବାର ସହିତ ଗତ ଦୁଇ ବର୍ଷରୁ ଏକ ଭଡ଼ା ଘରେ ରହୁଥିଲେ । ପରିବାର ଲୋକଙ୍କ ଠାରୁ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପଞ୍ଚନାମା ପରେ ଶବ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ଏନେଇ ତଦନ୍ତ ଅଧିକାରୀ ଏସଆଇ ଅଶୋକ ଦାଶଙ୍କୁ ପଚାରିବାରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରାଯାଉଛି ବୋଲି କହିଥିଲେ ।