ପୁରୀରେ ହ୍ୟାଣ୍ଡଲୁମ ସୋ'ରୁମରେ ଅଗ୍ନିକାଣ୍ଡ | News Room Odisha

ପୁରୀରେ ହ୍ୟାଣ୍ଡଲୁମ ସୋ’ରୁମରେ ଅଗ୍ନିକାଣ୍ଡ

ପୁରୀ – ମରିଚୀକୋଟ ଛକ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଆୟତ୍ତ ପରେ ପୁରୀରେ ଆଉ ଏକ କୋଠାରେ ଅଗ୍ନି କାଣ୍ଡ । ନୀଳାଦ୍ରି କମ୍ପ୍ଲେକ୍ସର ଏକ ହ୍ୟାଣ୍ଡଲୁମ୍‌ ସୋ’ରୁମ୍‌ରେ ଆଜି ସନ୍ଧ୍ୟାରେ ନିଆଁ ଲାଗିଯାଇଥିଲା। ଏହା ବଡ଼ ଧରଣର ନଥିବାରୁ ଅଗ୍ନିଶମ ବାହିନୀ ଏହାକୁ କମ୍‌ ସମୟ ମଧ୍ୟରେ ଆୟତ୍ତ କରିପାରିଛି । ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ନୀଳାଦ୍ରି କମ୍ପ୍ଲେକ୍ସର ଭୀମପାତ୍ର ହେରିଟେଜ୍‌ ସୋ’ରୁମ୍‌ରେ ନିଆଁ ଲାଗିଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କମ ସମୟ ମଧ୍ୟରେ ଆୟତ୍ତ କରିପାରିଥିଲେ। ପୁରୀ ଏସ୍‌ପି କନୱର ବିଶାଳ ସିଂହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସଂପର୍କରେ ଅବଗତ ହୋଇଛନ୍ତି। ସଟ୍‌ସର୍କିଟ ଯୋଗୁଁ ସୋ’ରୁମରେ ଛୋଟ ଧରଣର ନିଆଁ ଲାଗିଥିବା ଅନୁମାନ କରାଯାଉଛି ।