ବିଦ୍ୟୁତ୍ ବିତରଣରେ ଉପୁଜୁଥିବା ସମସ୍ୟାର ସମାଧାନ ନେଇ ବୈଠକ | News Room Odisha

ବିଦ୍ୟୁତ୍ ବିତରଣରେ ଉପୁଜୁଥିବା ସମସ୍ୟାର ସମାଧାନ ନେଇ ବୈଠକ

ବରଗଡ଼: ସରକାରଙ୍କ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ଚାଷୀ ବିଦ୍ୟୁତ ବିଲ ଦେବେ ନାହିଁ ଓ ବିଦ୍ୟୁତ କଂପାନୀ ଚାଷୀ ମାନଙ୍କ ବିଦ୍ୟୁତକାଟ କିମ୍ବା ତାଙ୍କ ଠାରେ କୌଣସି ଜୁଲମ କରିପାରିବେ ନାହିଁ ବୋଲି ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜିଲ୍ଲାରେ ଚାଷୀ ଓ ଘରୋଇ ବିଦ୍ୟୁତ୍ ବିତରଣରେ ମଧ୍ୟରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଟିପିଡବ୍ଲୁଓଡିଏଲ ଏବଂ ଚାଷୀମାନେ ଅଂଶଗ୍ରହଣ କରି ଜଳକର ଆଧାରରେ ବିଦ୍ୟୁତ ବିଲ ଦେବାକୁ ପ୍ରସ୍ତୁତ ଥିବା ବେଳେ ସମସ୍ତ ଚାଷୀଙ୍କ ବକେୟା ବିଲ୍ ଛାଡ଼, ପ୍ରୋଭିଜିନାଲ ବିଲ୍ ନାମରେ ଚାଷୀଙ୍କ ଠାରୁ ଆଦ୍ୟ କରିଥିବା ଟଙ୍କା ଫେରସ୍ତ କରିବା ଆଦି ଦାବି ବୈଠକରେ ଉପସ୍ଥାପନ କରି ଥିଲେ।
ସେହିପରି ଓଏଲଆଇସି ଚାଷୀମାନେ ପଦ୍ମପୁର ଉପଖଣ୍ଡରେ ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଥିଲେ। ଜିଲ୍ଲାରେ ବର୍ତ୍ତମାନ ପାଇଁ ପାଇଁ ଚାଷୀ ବିଦ୍ୟୁତ ବିଲ ଦେବେ ଓ ବିଭାଗୀୟ ଅଧିକାରୀ ବିଦ୍ୟୁତ କାଟ କଲେ ସମସ୍ତ କ୍ଷୟକ୍ଷତି ପାଇଁ ଉତ୍ତରଦାୟୀ ରହିବେ ବୋଲି ବୈଠକରେ ଚାଷୀନେତା ମାନେ ଚେତାବନୀ ଦେଇଥିଲେ।
ଅପରପକ୍ଷରେ କଂପାନୀ ଯେପରି ୟୁନିଟ୍ ପିଛା ୧.୫୦ ପଇସା ନିର୍ଦ୍ଧାରିତ କରି ଟଙ୍କା ଆଦାୟ କରୁଛନ୍ତି ସେହିପରି ଚାଷୀ ତାଙ୍କର ଉତ୍ପାଦିତ ଦ୍ରବ୍ୟର କ୍ଵିଣ୍ଟାଲ ପିଛା ଦର ଧାର୍ଯ୍ୟ କରି ଶସ୍ୟ ଓ ପରିବା ଆକାରରେ ବିଲ ଦେବାକୁ ପ୍ରସ୍ତାବ ଦେଇଥିଲେ। ଆଲୋଚନା ସଂପର୍କରେ ସରକାରଙ୍କୁ ଜଣାଇବେ, ସରକାରଙ୍କ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଚାଷୀ ବିଦ୍ୟୁତ ବିଲ ଦେବେ ନାହିଁ ଓ ବିଦ୍ୟୁତ କଂପାନୀ ବିଦ୍ୟୁତ କାଟ କିମ୍ବା କୌଣସି ଜୁଲମ କରିପାରିବେ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ।

ଆଲୋଚନାରେ ବିଦ୍ୟୁତ ବିତରଣ କଂପାନୀ ଟିପିଡବ୍ଲୁଓଡିଏଲର ଅଧିକାରୀ ମାନେ ଉପସ୍ଥିତ ରହି କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ବୈଠକରେ ଉପଜିଲ୍ଲାପାଳ ଲଲାଟ କୁମାର ଲୁହା,ରାଜବୋରାସମ୍ବର କୃଷକ ସଂଗଠନ, ବିଜେପୁର କୃଷକ ସଂଗଠନ, ଦଧିବାମନ କୃଷକ ସଂଗଠନ, ବାରପାହାଡ କୃଷକ ସଂଗଠନ, କୃଷକ ସଂଗଠନ ଅମ୍ଭାଭନା, ମାଧୋ ସି° କୃଷକ ସଂଗଠନ, ଘେଁସ ସମେତ ବରପାଲି, ବରଗଡ଼, ଭେଡେନର ଚାଷୀ ନେତା, କୋଶଳ ସେନା, ବରଗଡ଼ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।