ରଙ୍ଗେଇଲୁଣ୍ଡା - ଭୁବନେଶ୍ଵର ବିମାନ ଉଡାଣ ସମୟ ସାରଣୀ ନିର୍ଦ୍ଧାରଣ  | News Room Odisha

ରଙ୍ଗେଇଲୁଣ୍ଡା – ଭୁବନେଶ୍ଵର ବିମାନ ଉଡାଣ ସମୟ ସାରଣୀ ନିର୍ଦ୍ଧାରଣ 

ବ୍ରହ୍ମପୁର – ବ୍ରହ୍ମପୁରରୁ ଭୁବନେଶ୍ବରକୁ ବିମାନ ସେବା ଗତ ୫ ତାରିଖରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୯ ସିଟ୍‌ ବିଶିଷ୍ଟ ବିମାନ ଉଡାଣ କରୁଛି । ସଂପ୍ରସାରିତ ରଂଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ରୁ ଏହି ବିମାନ ସେବା ଆରମ୍ଭ କରାଯାଇଛି। ଏଣେ ଚଳିତ ମାସ ପାଇଁ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଏବଂ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌କୁ ବିମାନ ଉଡ଼ାଣ ପାଇଁ ସମୟ ସାରଣୀ ନିର୍ଦ୍ଧାରଣ କରାଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଉଡାଣ ସମୟ ସାରଣୀ ପ୍ରସ୍ତୁତ କରାଯାଇଛି ।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ରଶାସନ ତରଫରୁ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମାର୍ଚ୍ଚ ୧୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଉଭୟ ରଂଗେଲୁଣ୍ଡା ଓ ଭୁବନେଶ୍ବରରୁ ଉଡ଼ାଣ ସମୟ ନିର୍ଦ୍ଧାରଣ କରାଯାଇଛି। ଯାତ୍ରା ଟିକଟ ମୂଲ୍ୟ ୧୨୦୦ ଟଙ୍କା ସହିତ ଅତିରିକ୍ତ ଟିକସ କର ଦେବାକୁ ପଡ଼ିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଅଗ୍ରୀମ ଟିକଟ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ଉଦ୍ଧବ ସେଠୀଙ୍କ (ଫୋନ୍‌ ନମ୍ବର- ୮୨୮୦୦୮୫୪୩୭) ସହିତ ଯୋଗାଯୋଗ କରିବାକୁ ସୂଚନା ଦିଆଯାଇଛି।