ଅପ୍ରେଲ ପହିଲାରେ ପଶ୍ଚିମାଞ୍ଚଳ ଏକତା ପ୍ରଦର୍ଶନ ପାଇଁ ପ୍ରସ୍ତୁତି ବୈଠକ | News Room Odisha

ଅପ୍ରେଲ ପହିଲାରେ ପଶ୍ଚିମାଞ୍ଚଳ ଏକତା ପ୍ରଦର୍ଶନ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର: ପଶ୍ଚିମାଞ୍ଚଳ ର ଏଗାରଟି ଜିଲ୍ଲା ମଧ୍ଯରେ ସମନ୍ବୟ ଏବଂ ଏକତା ବ୍ରୁଦ୍ଧି କରିବା ପାଇଁ ଆଜି ପଶ୍ଚିମାଞ୍ଚଳ ଏକତା ମଂଚ ଏବଂ ଭାରତୀ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ ବୁଢାରାଜା ପାହାଡରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ପ୍ରତିବର୍ଷ ପରି ଏପ୍ରିଲ ୦୧ ତାରିଖ ସକାଲେ ଆରଡିସି କାର୍ଯ୍ୟାଳୟ ସାମନାରେ ଏଗାରଟି ଜିଲ୍ଲା ର ବିଭିନ୍ନ ଦାବି ଉପସ୍ଥାପନ କରି ଏକତା ଏବଂ ସମନ୍ବୟ ସ୍ଥାପନ ପାଇଁ ମାନବ ଶ୍ରୁଂଖଳା କରି ପଶ୍ଚିମାଞ୍ଚଳ ଏକତା ଦିନ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇ ଏହା ସହ ଏପ୍ରିଲ ୨ ଭାରତୀ ରେ ବୁଢାରଜା ପାହାଡ ଉପରେ ଉଲଗୁଲାନ ସ୍ମାରକୀ ନିକଟରେ ୨୨ ତମ ଭାରତୀ ଉତ୍ସବ ପାଳନ ଭାରତୀ ସମାଜ ପକ୍ଷରୁ ସ୍ଥିର କରାଯାଇଥିଲା । ଉଲଗୁଲାନ ସ୍ମାରକୀ ଅଂଚଲର ବିକାଶ ପାଇଁ ପ୍ରତି ରବିବାର ଭାରତୀ ସମାଜ ପକ୍ଷରୁ ଶ୍ରମଦାନ କାର୍ଯ୍ୟକ୍ରମ କରାଯାଉଥିବା ବେଲେ ଆସନ୍ତା ଏପ୍ରିଲ ୨ ତାରିଖ ରେ ଭାରତୀ ଉତ୍ସବ ଅବସରରେ ବୀର ସୁରେନ୍ଦ୍ର ସାଏଂକର ଉଲଗୁଲାନ ରେ ସାମିଲ ସଂଗ୍ରାମୀ ମାନଂକ ନାମରେ ଉଲଗୁଲାନ ସ୍ମାରକୀ ଅଂଚଲରେ ଥିବା ବ୍ରୁକ୍ଷ ଗୁଡିକ ସମର୍ପଣ କରାଯିବା ପାଇଁ ମଧ୍ଯ ବୈଠକରେ ସ୍ଥିର କରାଯାଇଥିଲା।

ଉଭୟ କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସଂଗଠନ ମାନକୁ ସାମିଲ କରିବା ସହ କାର୍ଯ୍ୟକ୍ରମ ଗୁଡିକୁ ସୁଦୁର ପ୍ରସାରି କରିବା ପାଇଁ ବୈଠକ ରେ ସ୍ଥିର କରାଯାଇଥିଲା। ଭାରତୀ ସମାଜ ର ସଂଚାଲକ ଭବାନୀଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂଯୋଜକ କାର୍ତ୍ତିକ ପ୍ରସାଦ ବହିଦାର, ସୁସ୍ମିତ କୁମାର ପଣ୍ଡା, ଶାନ୍ତନୁ ପାଢୀ, ଭାରତୀ ପଣ୍ଡା, ପାର୍ବତୀ ଧନୁଆର, ପ୍ରମୁଖ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରତି ରବିବାର ଭଲି ଉଲଗୁଲାନ ସ୍ମାରକୀ ଅଂଚଲରେ ଶ୍ରମଦାନ କାର୍ଯ୍ୟକ୍ରମ କରାଯାଇ ଥିଲା।