ଥଣ୍ଡା, କାଶ ହେଲେ କୋଭିଡ ଟେଷ୍ଟ କରିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ | News Room Odisha

ଥଣ୍ଡା, କାଶ ହେଲେ କୋଭିଡ ଟେଷ୍ଟ କରିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବ‌ନେଶ୍ବର – ରାଜ୍ୟରେ ଏବେ ଏଚ ୩ଏନ୨ ଭାଇରସ ଚିନ୍ତା ବଢ଼ାଇଛି । ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ସବୁ ଜିଲ୍ଲାର ସିଡିଏମଓ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଆଲର୍ଟ ରହିବାକୁ ଜନସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ସର୍ଭିଲେନ୍ସ ବଢାଇବା ସହ ଅକ୍ସିଜେନ ଓ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ବି ଦିଆଯାଇଛି।

ଥଣ୍ଡା, କାଶ ଥିଲେ କୋଭିଡ ଟେଷ୍ଟ କରାଇନେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଇନଫ୍ଲୁଏଞ୍ଜାର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ। ଜ୍ୱର, କାଶ କିଛି ଦିନ ରହି ଆପେ ଭଲ ହୋଇପାରେ। ଗୁରୁତର ହୋଇ ନିମୋନିଆରେ ପୀଡ଼ିତ ହେଲେ କିଡନି, ହାର୍ଟ ଓ଼ ଶ୍ୱାସ ରୋଗୀ ସଂକ୍ରମିତ ହେବାର ଆଶଙ୍କା ରହିଛି। ଲକ୍ଷଣ ଥିଲେ ଆଇସଓଲଏସନରେ ରହିବା ସହ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ରୋଗ ଭଲ ନ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଡାକ୍ତରଖାନାରେ ଆଡମିଟ ହେବାକୁ ସେ କହିଛନ୍ତି।