ମାଟ୍ରିକ ପରୀକ୍ଷାରେ ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ | News Room Odisha

ମାଟ୍ରିକ ପରୀକ୍ଷାରେ ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ

ଭୁବନେଶ୍ୱର – ଏଥର ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛତ୍ରୀ ଫର୍ମ ପୂରଣ କରିଥିଲେ ମଧ୍ୟ ଦୁଇଟି ପରୀକ୍ଷାରେ ଏଯାବତ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି । ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ତଥ୍ୟ ମିଳିଛି । ମିଳିଥିବା ତଥ୍ୟ ଅନୁସାରେ କଟକ ଜିଲ୍ଲାରେ ୪୨୦ ଜଣ, କେନ୍ଦ୍ରାପଡ଼ାରେ ୪୨୫ ଜଣ, ଜଗତସିଂହପୁରରେ ୨୩୫, ଖୋର୍ଦ୍ଧାରେ ୪୯୪ , କୋରାପୁଟରେ ୬୮୬ , ଯାଜପୁରରେ ୭୫୫, ଭଦ୍ରକରେ ୫୦ ଜଣ ପ୍ରଥମ ଦିନ ପରୀକ୍ଷାରେ ଅନୁପସ୍ଥିତ ଥିଲେ ।

ବାଲେଶ୍ୱର ଜିଲ୍ଲାରେ ୧୧୫୮, ବଲାଙ୍ଗୀରରେ ୧୧୯୯ , କଳାହାଣ୍ଡିରେ ୭୬୬ ,ଦେବଗଡ଼ରେ ୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି । ଦେବାକୁ ଆସି ନଥିଲେ । ଅନ୍ୟପଟେ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପ୍ରତ୍ୟେକ ବର୍ଗରେ ୫ଶହରୁ ଅଧିକ ପିଲା ପରୀକ୍ଷା ଦେଇନାହାନ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ପୂର୍ବରୁ ମାଟ୍ରିକ ସମେଟିଭ୍-ୱାନରେ ରାଜ୍ୟରେ ମୋଟ ୧୩ ହଜାର ୫୮ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ।