୭୧ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମେଧାବୃତ୍ତି | News Room Odisha

୭୧ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମେଧାବୃତ୍ତି

ଭୁବନେଶ୍ୱର – ୨୦୨୩-୨୪ ବଜେଟରେ ଶିକ୍ଷା ବିଭାଗ ପାଇଁ ୨୨ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି, ଯାହାକି ଗତବର୍ଷ ତୁଳନାରେ ୫ ପ୍ରତିଶତ ଅଧିକ । ଏନେଇ ପ୍ରେସମିଟ୍‌ କରି ସୂଚନା ଦେଇଛି ଗଣଶିକ୍ଷା ବିଭାଗ ।

୫ଟି ଜିଲ୍ଲାର ୨୨୧ ବହୁଭାଷୀ ଶିକ୍ଷକଙ୍କ ଦରମା ୫ହଜାର ୩୭୯କୁ ବୃଦ୍ଧି ପାଇଛି । ୧୯୨୦ ପ୍ରଶିକ୍ଷକ ଓ ପ୍ରଶିକ୍ଷିକାଙ୍କ ମାସିକ ପାରିତୋଷିକ ବୃଦ୍ଧି କରାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୩୭ଟି ଛାତ୍ରାବାସ ପ୍ରତିଷ୍ଠା ପାଇଁ ଅର୍ଥ ମଂଜୁର ହୋଇଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା ଦିଆଯାଇଛି ।

୭୧ ହଜାର ୬୧୮ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମେଧାବୃତ୍ତି । ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ସ୍କୁଲକୁ ମଧ୍ୟ ପୁରସ୍କୃତ କରାଯିବ । ଗ୍ରାମ ପଞ୍ଚାୟତ, ଏସଏଚଜିଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଛାତ୍ରଛାତ୍ରୀଙ୍କୁ ସାଇକେଲ ପାଇଁ ଦିଆଯିବ ସାଢ଼େ ୩ ହଜାର ଟଙ୍କା । ସ୍କୁଲ ୟୁନିଫର୍ମ ପାଇଁ ୬୦୦ ପରିବର୍ତ୍ତେ ଦିଆଯିବ ଏଣିକି ହଜାରେ ଟଙ୍କା ଦିଆଯିବ । ଶିଶୁଲେଖା ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଛି ବୋଲି ପ୍ରେମମିଟରେ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।