ଭଞ୍ଜନଗର: ପୁଣି ଏକ ହାତୀର ମୃତ୍ୟୁ  | News Room Odisha

ଭଞ୍ଜନଗର: ପୁଣି ଏକ ହାତୀର ମୃତ୍ୟୁ 

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଇଲାକାରେ ପୁଣି ଏକ ମୃତ ହାତୀ ଠାବ କରାଯାଇଛି। ଗତ ବର୍ଷକ ମଧ୍ୟରେ ଏହା ଷଷ୍ଠ ହାତୀ ମୃତ୍ୟୁ ଘଟଣା ଅଟେ। ଏଥର ହାତୀ ମୃତ୍ୟୁର ତତ୍କାଳ କାରଣ ଜଣାପଡ଼ି ନାହିଁ। ମୃତ ହାତୀଟିର ବୟସ ପ୍ରାୟ ୧୫ ବର୍ଷ ହେବ ବୋଲି କୁହାଯାଉଛି। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।