ଗତ ତିନି ବର୍ଷରେ ରାଜ୍ୟରେ ୭୫୦ଟି ରାସ୍ତା ନିର୍ମାଣ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ | News Room Odisha

ଗତ ତିନି ବର୍ଷରେ ରାଜ୍ୟରେ ୭୫୦ଟି ରାସ୍ତା ନିର୍ମାଣ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର – ଗତ ତିନି ବର୍ଷରେ ରାଜ୍ୟରେ ୨୪୨୨ କୋଟି ବ୍ୟୟରେ ୭୫୦ଟି ରାସ୍ତା ନିର୍ମାଣ ହୋଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଆଜି ଗୃହରେ ଏକ ମୁଲତବୀ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତିନି ବର୍ଷରେ ୫ ହଜାର ୮୬ କୋଟି ବ୍ୟୟରେ ୨ ହଜାର ୮୭ଟି ରାସ୍ତା ନିର୍ମାଣ ହୋଇଛି। ରାଜ୍ୟର ଅନ୍ୟ ୬୬୨୪ ଟି ରାସ୍ତା ମରାମତି ପାଇଁ ୧୧.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୦ରୁ ୨୦୨୩ ମଧ୍ୟରେ ୧୧୮୪ କୋଟି ଟଙ୍କା ବ୍ୟୟରେ ୫୦୩ଟି ବିଜୁ ସେତୁ ନିର୍ମାଣ ହୋଇଛି। ୨୦୨୩-୨୪ ବର୍ଷରେ ୫୨୬ଟି ବିଜୁ ସେତୁ ନିର୍ମାଣ ପାଇଁ ୧୯୨୪ କୋଟି ବ୍ୟୟ ବରାଦ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।