କାଲିଠାରୁ ଘରୋଇ ବସ୍ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଧର୍ମଘଟ, ବସ୍ ମାଲିକ ସଂଘର ବିରୋଧ | News Room Odisha

କାଲିଠାରୁ ଘରୋଇ ବସ୍ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଧର୍ମଘଟ, ବସ୍ ମାଲିକ ସଂଘର ବିରୋଧ

ଭୁବନେଶ୍ୱର – ଆସନ୍ତାକାଲିଠାରୁ ରାଜ୍ୟରେ ଘରୋଇ ବସ୍ ଡ୍ରାଇଭର ସଂଘ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଘରୋଇ ବସ୍ ମାଲିକ ସଂଘ କିନ୍ତୁ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ଥିତି ଉପରେ ନଜର ରଖିବାକୁ ପୋଲିସ୍‌କୁ ଅନୁରୋଧ କରିଛି ବସ୍ ମାଲିକ ସଂଘ।

ଡ୍ରାଇଭର ସଂଘ କିଛି ଦାବିପତ୍ର ଦେଇନଥିବା କହିଛନ୍ତି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ । ବସ୍‌ ଚଳାଚଳ ସ୍ୱାଭାବିକ ଭାବେ ଚାଲିବ। ଏନେଇ ଆମେ ସରକାରଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିବା ସେ କହିଛନ୍ତି। ଗତକାଲି ଆମେ ଡିଜିପି ଓ ଏଡିଜିଙ୍କ ପାଖକୁ ଯାଇଥିଲୁ ଏବଂ ୧୫ ତାରିଖରେ ବସ୍ ଚଳାଚଳ ହେଲେ ଯେମିତି କେହି ହଇରାଣ ନ କରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି ବୋଲି ଦେବେନ୍ଦ୍ର କହିଛନ୍ତି।

ସେ ଦାବି କରିଛନ୍ତି, ବସ୍ କର୍ମଚାରୀମାନେ ଡ୍ରାଇଭର ସଂଘରେ ସାମିଲ ନାହାନ୍ତି।