ଡ୍ରାଇଭରଙ୍କ ଆନ୍ଦୋଳନ : ସର୍ବସାଧାରଣ ପରିବହନ ବ୍ୟବସ୍ଥା ନିଶ୍ଚିତ ପାଇଁ ବ୍ରହ୍ମପୁର ପୋଲିସର ପଦକ୍ଷେପ | News Room Odisha

ଡ୍ରାଇଭରଙ୍କ ଆନ୍ଦୋଳନ : ସର୍ବସାଧାରଣ ପରିବହନ ବ୍ୟବସ୍ଥା ନିଶ୍ଚିତ ପାଇଁ ବ୍ରହ୍ମପୁର ପୋଲିସର ପଦକ୍ଷେପ

ବ୍ରହ୍ମପୁର – ବୁଧବାର ଦିନ କେତେକ ଡ୍ରାଇଭର ଆସୋସିଏସନ ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିବା ଦୃଷ୍ଟିରୁ ସର୍ବସାଧାରଣ ପରିବହନ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଏ ନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ପ୍ରେସ ବିବୃତି ଜାରି କରାଯାଇଛି। ଅନେକ ଡ୍ରାଇଭର ଆସୋସିଏସନ ଆନ୍ଦୋଳନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସେମାନଙ୍କ କାର୍ଯ୍ୟ ପାଇଁ ସୁରକ୍ଷା ମାଗିଛନ୍ତି। ଆନ୍ଦୋଳନରେ ସାମିଲ ହେଉ ନଥିବା ଡ୍ରାଇଭରମାନଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ବ୍ରହ୍ମପୁର ପୋଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ସମସ୍ତ ସର୍ବସାଧାରଣ ପରିବହନ କାର୍ଯ୍ୟକ୍ଷମ ହେବ । ଯେକୌଣସି ଅପ୍ରୀତିକର ପରିସ୍ଥିତି ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଚେତାଇ ଦେଇଛି ବ୍ରହ୍ମପୁର ପୋଲିସ । ସର୍ବସାଧାରଣ ପରିବହନକୁ ଅବରୋଧ କରିବା କିମ୍ବା ସର୍ବସାଧାରଣ ରାସ୍ତା ଅବରୋଧ କରିବା କିମ୍ବା କାର୍ଯ୍ୟ କରୁଥିବା ଡ଼୍ରାଇଭରମାନଙ୍କୁ ରୋକିବା ଭଳି କୌଣସି ବେଆଇନ କାର୍ଯ୍ୟକଳାପ ବିରୋଧରେ ବ୍ରହ୍ମପୁର ପୋଲିସ ଅପରାଧିକ କାର୍ଯ୍ୟାନୁଷ୍ଠାନ ନେବ । କୌଣସି ଡ୍ରାଇଭର କିମ୍ବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଲେ ସେମାନେ ୧୧୨ ଡାଏଲ କରି ପୋଲିସଠାରୁ ସହାୟତା ମାଗିପାରିବେ ।