ରାଜ୍ୟରେ ଚାଷୀ ପରିବାରର ମାସିକ ଆୟରେ ବୃଦ୍ଧି: କୃଷି ମନ୍ତ୍ରୀ | News Room Odisha

ରାଜ୍ୟରେ ଚାଷୀ ପରିବାରର ମାସିକ ଆୟରେ ବୃଦ୍ଧି: କୃଷି ମନ୍ତ୍ରୀ

ଭୁବନେଶ୍ବର – ରାଜ୍ୟରେ ଚାଷୀ ପରିବାରର ମାସିକ ଆୟ ବଢିଛି । ୨୦୧୨ ମସିହାରେ ଚାଷୀ ପରିବାରର ମାସିକ ଆୟ ୪ ହଜାର ୯୭୬ ଟଙ୍କା ଥିଲା । ୨୦୧୯ରେ ଏହା ୫୦୧୨ ଟଙ୍କାକୁ ବୃଦ୍ଧିପାଇଛି ବୋଲି ଆଜି ବିଧାନସଭାରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ତେବେ ବାତ୍ୟା ଓ ମରୁଡି ଚାଷୀଙ୍କ ଆୟରେ ବଡ଼ ପ୍ରତିବନ୍ଧକ ସାଜିଛି ।

ଭାଗଚାଷୀଙ୍କୁ ଚାଷୀର ମାନ୍ୟତା କାହିଁକି ଦିଆଯାଉନାହିଁ ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ କୃଷି ମନ୍ତ୍ରୀ କହିଛନ୍ତି ଯେ, ଭାଗ ଚାଷୀମାନେ ବି ଚାଷୀ । ସେମାନଙ୍କୁ ଚାଷୀ ମାନ୍ୟତା ଦେବା କଥା ଉଠିଲା କେଉଁଠୁ? ଭାଗଚାଷୀଙ୍କୁ ପୂର୍ବରୁ ସରକାରୀ ସୁବିଧା ମିଳୁ ନଥିଲା। ଏବେ ଫସଲ ଋଣ, ସାର, ବିହନ, କୀଟନାଶକ ପ୍ରଦାନ କରାଯାଉଛି। ଭାଗଚାଷୀଙ୍କ ପାଇଁ ବଳରାମ ଯୋଜନା କାର୍ଯ୍ୟକାରୀ ହେଉଛି । ରାଜ୍ୟରେ ୯ ଲକ୍ଷ ୫ ହଜାର ୧୯୪ ଭାଗଚାଷୀ ଅଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।