ଆନ୍ଧ୍ରପ୍ରଦେଶର ନେଲଲୋର ଜିଲ୍ଲାର ଏକ ମଣ୍ଡଳ ସ୍ତରୀୟ ସହର ଉଦୟଗିରି। ଉଦୟଗିରି ର ଭୌଗୋଳିକ ଅବସ୍ଥିତି କୁ ଦେଖିଲେ ଏହା ସମୁଦ୍ରପତ୍ତାନଠାରୁ ୭୫୭ ଫୁଟ ଉପରେ । ୧୪ଶ ଶତାବ୍ଦୀରୁ ଉଦୟଗିରି ର ଇତିହାସ ଲିପିବଦ୍ଧ ରହିଛି । ଏହା ଓଡ଼ିଶାର ତତ୍କାଳୀନ ଲାଙ୍ଗୁଳା ଗଜପତିଙ୍କ ରାଜ୍ୟର ରାଜଧାନୀ ଥିଲା । ୧୫୧୨ ମସିହା ସମୟକୁ ଏହା ବିଜଯନଗର ର କୃଷ୍ଣଦେବ ରାୟଙ୍କ ଅଧୀନକୁ ଆସିଥିଲା ।ଲାଙ୍ଗୁଳା ଗଜପତି ନିରଣନ କରିଥିବା ଉଦୟଗିରି ଦୁର୍ଗ ଚତୁର୍ଦିଗରୁ ଦୁର୍ଗମ ଥିଲା । ପୂର୍ବ ଦିଗରେ ଥିବା ଏକମାତ୍ର ଜଙ୍ଗଲ ରାସ୍ତା ଦେଇ ଏହା ଭିତରକୁ ପ୍ରବେଶ ସମ୍ଭବ ଥିଲା । କୃଷ୍ଣଦେବ ରାୟ ଏହାକୁ ୧୮ ମାସ କାଳ ଘେରେଇ ରାଖୀ ଯୁଦ୍ଧ କରିବା ପରେ ଏହାକୁ ଅଧିକାର କରିବାକୁ ସକ୍ଷମ ହେଇଥିଲେ । ଏହି ଯୁଦ୍ଧରେ ଗଜପତି ରାଜା ପ୍ରତପୁରୁଦ୍ର ଦେବଙ୍କ ପରାଜୟ ହେଇଥିଲା ।
ଗଜପତି ଓ ବିଜଯନଗର ସାମ୍ଭ୍ରାଜ୍ୟର ଶାସନ କାଳରେ ଦୁର୍ଗର ପରିବର୍ଦ୍ଧନ କାର୍ଯ୍ୟ ହେଇଥିଲା । ସମୁଦାୟ ସହର ଓ ଚତୁପାର୍ଶ୍ୱରେ ଥିବା ପାହାଡକୁ ପ୍ରାଚୀରଦ୍ୱାରା ଅବଦ୍ଧ କରାଯାଇଥିଲା।ଏହି ପ୍ରାଚୀ ର ପାହାଡ ଉପରର ୧୦୦୦ ଫୁଟ ଉଚ ସ୍ଥାନ ପାଇଁ ମଧ୍ୟ ନିର୍ମିତ ହେଇଥିଲା । ଦୁର୍ଗ ମଧ୍ୟରେ ୧୩ଟି ପ୍ରସାଦ ଥିଲା । ଏସବୁ ମଧ୍ୟରୁ ୮ଟି ପାହାଡ ଉପରେ ଓ ଅନନ୍ୟଗୁଡ଼ିକ ପାହାଡର ତଳ ଦେଶ ରେ ଥିଲା।ଏହାମଧ୍ୟରେ ସୁନ୍ଦର ମନ୍ଦିର ଓ ଉଦ୍ୟାନ ମାନ ମଧ୍ୟ ନିର୍ମିତ ହେଇଥିଲା। ବିଜୟ ନଗର ସମ୍ଭ୍ରାଜ୍ୟ ର ପାଟଣା ପରେ ଗୋଲୁଣ୍ଡା ମୁଖିଆ ମାନଙ୍କ ଦ୍ୱାରା ଏହା ଶାସିତ ହେଲା । ଗୋଳକୁନ୍ଦା ର ମୁଖ୍ୟ ସୁଲତାନ ଅବଦୁଲ୍ଲା ମନ୍ଦିର ଉପରେ ଥିବା ମସ୍ଜିଦ ନିର୍ମାଣ କରିଥିବା କଥା ମସଜିଦର କାନ୍ଥରେ ଲେଖା ରହିଛି। ଏହାପରେ ଏହଆର୍କଟର ନବାବଙ୍କ ଅଧୀନକୁ ଆସିଲା । ସେ ମୁସ୍ତାଫା ଅଲି ଖାନଙ୍କୁ ତାହା ଜାଗିର ଭାବରେ ପ୍ରଦାନ କରିଥିଲେ । ତାଙ୍କ ବଂଶଧର ମାନେ ଏହାକୁ ୧୮୩୯ ମସିହା ଯାଏ ଶାସନ କରିଥିଲେ ଓ ସେମାନେ ବିଶ୍ୱାସ ଘାତକତା କରିବାରୁ ତାହା ପୁନଶ୍ଚ ନବାବଙ୍କ ଅଧୀନକୁ ଗଲା ।
ବର୍ତ୍ତମାନ ଏହି ସହରକୁ ‘ ନବାବି ଆଡ୍ଡା ” କୁହା ଯାଇଥାଏ । ଏଠାରେ ସଂଖ୍ୟାଧିକ ମୁସଲମାନ ସଂପ୍ରଦାୟ ଲୋକ ରହିବା ସହ ଏଠାରେ ଉର୍ଦ୍ଦୁ ଓ ହିନ୍ଦୀ ଉଭୟ ଭାଷା ତେଲୁଗୁ ସହ ପ୍ରଚଳିତ । ଏହି ସ୍ଥାନ ନେଲଲୋର ଠାରୁ ୯୬ କିଲୋମିଟର ଦୂରରେ ଅବସ୍ଥିତ ।