ଆନ୍ଦୋଳନରୁ ହଟିଲା ଟ୍ରକ ଡ୍ରାଇଭର ମହାସଂଘ | News Room Odisha

ଆନ୍ଦୋଳନରୁ ହଟିଲା ଟ୍ରକ ଡ୍ରାଇଭର ମହାସଂଘ

ଭୁବନେଶ୍ୱର – ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି । ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି ବୋଲି ସଭାପତି ପ୍ରଶାନ୍ତ ମେଣ୍ଡୁଲି ଘୋଷଣା କରିଛନ୍ତି। ଲିଖିତ ପ୍ରତିଶ୍ରୁତି ମିଳିଲା ପରେ ଏହି ନିଷ୍ପତ୍ତି ନେଇଛି ଡ଼୍ରାଇଭର ମହାସଂଘ । ପୂର୍ବରୁ ଆନ୍ଦୋଳନରୁ ଓହରିବା ପାଇଁ ମହାସଂଘକୁ ମିଳିତ ଭାବେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଅପିଲ କରିଥିଲେ। ଆଜି ଡ୍ରାଇଭର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିଲା ।

ବିଭିନ୍ନ ଦାବି ନେଇ ବୁଧବାରଠାରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ କରିଥିଲା ଡ୍ରାଇଭର ମହାସଂଘ। ଅବଶ୍ୟ କେତେକ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରିନଥିଲେ। ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ଟ୍ରକ ମାଲିକ ସଂଘ ଆନ୍ଦୋଳନରୁ ଦୂରେଇ ରହିଥିଲେ। ଗୁରୁବାର ଡ୍ରାଇଭର ମହାସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ଶାସନ ସଚିବ । ଆସନ୍ତା ତିନି ମାସରେ ଡ୍ରାଇଭରଙ୍କ ଦାବି ପୂରଣ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ବିବୃତି ଜାରି କରିଥିଲେ ।

ତିନି ମାସ ସମୟ ଅଧିକ ବୋଲି ଭାବି ପୁଣି ଆନ୍ଦୋଳନ କରିଥିଲୁ । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ପରିବା ଦର ବଢ଼ିଥିବା ବେଳେ ପେଟ୍ରୋଲର ଅଭାବ ଦେଖାଦେଇଛି ।ମାତ୍ର ଆଜି ଗଣମାଧ୍ୟମରେ ପୁଣି ମୁଖ୍ୟ ଶାସନ ସଚିବ ନିବେଦନ କରିବା ପରେ ଆନ୍ଦୋଳନ ସ୍ଥଗିତ ରଖିଛୁ ବୋଲି ଡ୍ରାଇଭର ମହାସଂଘ ସଭାପତି କହିଛନ୍ତି।