ଓଲଟି ପଡ଼ିଲା ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଧରି ଫେରୁଥିବା ଅଟୋ , ୫ ଛାତ୍ରଛାତ୍ରୀ ଆହତ | News Room Odisha

ଓଲଟି ପଡ଼ିଲା ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଧରି ଫେରୁଥିବା ଅଟୋ , ୫ ଛାତ୍ରଛାତ୍ରୀ ଆହତ

ବାଲେଶ୍ଵର – ମାଟ୍ରିକ ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀଙ୍କୁ ଧରି ଫେରୁଥିବା ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଜଳେଶ୍ଵର ଥାନା ଅଧୀନସ୍ଥ ପାଟଣା ଛକ ନିକଟରେ ଘଟିଛି ଦୁର୍ଘଟଣା ।

ରାସ୍ତା ପାର ହେଉଥିବା ଜଣେ ବୃଦ୍ଧାଙ୍କୁ ବଞ୍ଚାଇବାକୁ ଯାଇ ଅଟୋଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ୫ ଛାତ୍ରଛାତ୍ରୀଙ୍କ ସମେତ ବୃଦ୍ଧାଜଣକ ବି ଆହତ ହୋଇଛନ୍ତି।

ଆଜି ମାଟ୍ରିକ ଛାତ୍ରଛାତ୍ରୀଙ୍କର ଇତିହାସ, ଭୂଗୋଳ ପରୀକ୍ଷା ଥିଲା। ପରୀକ୍ଷା ସରିବା ପରେ ୯ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ଧରି ଅଟୋଟି ଫେରୁଥିଲା। ପାଟଣା ଛକ ନିକଟରେ ଜଣେ ବୃଦ୍ଧା ରାସ୍ତା ପାର ହେଉଥିଲା ବେଳେ ଉକ୍ତ ତାଙ୍କୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଚର୍ଚ୍ଚରେ ଅଟୋକୁ ଧକ୍କା କରି ଦେଇଥିଲେ। ଅଟୋଟି ଓଲଟି ପଡ଼ିବା ଯୋଗୁଁ ସେଥିରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଛାତ୍ରୀ ଓ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଫେରାର ହୋଇଯାଇଛି ।ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।