ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ | News Room Odisha

ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ

କଟକ – ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି । ଅନେକ ସ୍କୁଲରୁ ଏହି ଅଭିଯୋଗ ଆସିଛି। ଜଗତସିଂହପୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍‌ର ପ୍ରଶ୍ନ ରହିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏପରିକି ୧୯ ନମ୍ବର ପ୍ରଶ୍ନ ନଥିବା ମଧ୍ୟ ଛାତ୍ରଛାତ୍ରୀମାନେ କହିଛନ୍ତି । ଏଥିଯୋଗୁ ଛାତ୍ରଛାତ୍ରୀମାନେ ୫୦ ବଦଳରେ ୪୯ଟି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଢେଙ୍କାନାଳରୁ ମଧ୍ୟ ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ସୂଚନା ମିଳିଛି ।

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ହୋଇଥିବା ତ୍ରୁଟିକୁ ସ୍ୱୀକାର କରିଛନ୍ତି ବୋର୍ଡ ସଭାପତି । କିଛି ସେଣ୍ଟରରେ ଏହି ଭଳି ତ୍ରୁଟି ହୋଇଥିବା ସେ କହିଛନ୍ତି । ଖାତା ଦେଖା ବେଳେ ସେସବୁକୁ ଧ୍ୟାନରେ ରଖାଯିବ । ଛାତ୍ରଛାତ୍ରୀମାନେ ଚିନ୍ତିତ ନହେବାକୁ ପରାମର୍ଶ ଦେଇଛନ୍ତି ବୋର୍ଡ ସଭାପତି । ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ମୁଦ୍ରଣ ଜନିତ ତ୍ରୁଟି ହୋଇଛି। ବି ସେଟ୍ ଭିତରେ ଏ ସେଟ୍ ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଥିଲା । ଏହି ଘଟଣାର ତଦନ୍ତ କରାଯିବ ବୋଲି ବୋର୍ଡ ସଭାପତି ରାମଶିଷ ହାଜରା ସୂଚନା ଦେଇଛନ୍ତି ।