ଶୋଇଥିବା ବେଳେ ଭୁଶୁଡିଲା କାନ୍ଥ, ଚାରିମାସର ଶିଶୁକନ୍ୟା ମୃତ, ବାପା ଆହତ | News Room Odisha

ଶୋଇଥିବା ବେଳେ ଭୁଶୁଡିଲା କାନ୍ଥ, ଚାରିମାସର ଶିଶୁକନ୍ୟା ମୃତ, ବାପା ଆହତ

ମାଲକାନଗିରି – ମାଲକାନଗିରି ପଡିଆ ବ୍ଲକ ମେଟାଗୁଡା ଗାଁ ରେ ଅଘଟଣ । ଶୋଇଥିବା ଅବସ୍ଥାରେ ଘର ମାଟି କାନ୍ଥ ଭୁଶୁଡି ପଡ଼ିବାରୁ ମାତ୍ର ୪ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ବାପା ଓ ମା’ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ମେଟାଗୁଡ଼ା ଗ୍ରାମର ଆଇତା ମାଡକାମୀ ବହୁବର୍ଷ ହେଲା ମାଟି କାନ୍ଥ ଏବଂ ନଡ଼ା ଛପର ଘରେ ପତ୍ନୀ ଓ ଝିଅ ସ୍ବାତୀଙ୍କ ସହ ରହି ଆସୁଥିଲେ। ଗତକାଲି ବର୍ଷା ଯୋଗୁଁ ଭିଜି ରହିଥିବା ଗୋଟିଏ ପାର୍ଶ୍ବ କାନ୍ଥ ହଠାତ ଢଳିବା ଆରମ୍ଭ କରିଥିଲା। ରାତି ପ୍ରାୟ ୪ଟାରେ ଆଇତା, ପତ୍ନୀ ଏବଂ ଶିଶୁକନ୍ୟା ଉପରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା।