ଭୁବନେଶ୍ବର – ରାଜଧାନୀରେ ବିଳମ୍ବିତ ରାତି ଯାଏଁ ଖୋଲାଥିବା ବିଭିନ୍ନ ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲ ଉପରେ ଚଢ଼ାଉ କରିଛି କମିସନରେଟ ପୋଲିସ । ଅବକାରୀ ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏଁ ଖୋଲା ଥିବା ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲଗୁଡ଼ିକୁ ଯାଞ୍ଚ କରାଯାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଥିବାରୁ ୩ଟି ହୋଟେଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କମିସନରେଟ ପୋଲିସ । ସେଫ ସିଟି ଡ୍ରାଇଭ ଅନ୍ତର୍ଗତ ଏହି ଯାଞ୍ଚ କରାଯାଇଛି । ଏହି ଚଢ଼ାଉରେ କମିସନରେଟ ପୋଲିସର ଦୁଇଟି ଟିମ୍, ୬୦ ପିଓପିଡି ଓ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ଥିଲେ।