ପଶୁ ଛାଲ ସହ ଶିକାରୀକୁ ଧରିଲା ଏସଟିଏଫ | News Room Odisha

ପଶୁ ଛାଲ ସହ ଶିକାରୀକୁ ଧରିଲା ଏସଟିଏଫ

ବୌଦ୍ଧ -କଲରାପତରିଆ ବାଘ, ହରିଣ ଓ କୁଟୁରା ଛାଲ ବିକ୍ରି ପାଇଁ ଡିଲ୍ କରୁଥିବା ବେଳେ ଜଣେ ଶିକାରୀକୁ ଧରିଛି ଏସଟିଏଫ । ଶିକାରୀକୁ ଏକ ଗୁପ୍ତ ସ୍ଥାନକୁ ନେଇ ପଚରାଉଚରା କରାଯାଉଛି । ତଦନ୍ତରେ ବାଧା ହେବା ଆଶଙ୍କାରେ ଶିକାରୀର ନାଁ ପ୍ରକାଶ କରିନାହିଁ ଏସଟିଏଫ ।

ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳରୁ ବନ୍ୟଜନ୍ତୁ ଶିକାର ହୋଇଥିବା ଓ ବିକ୍ରି ପାଇଁ ଯୋଜନା ଚାଲିଥିବା ନେଇ ଏସଟିଏଫକୁ ସୂଚନା ମିଳିଥିଲା। ଗତ ପାଞ୍ଚ ଦିନ ହେଲା ଏସଟିଏଫ ପୁରୁଣା କଟକରେ ଡେରା ପକାଇ ଧରିବା ପାଇଁ ଜାଲ ବିଛାଇ ଥିଲେ। ହରଭଙ୍ଗା ଅଞ୍ଚଳରେ ଛାଲ ବିକ୍ରି ପାଇଁ ଡିଲ୍ ହେବା ବିଷୟରେ ସୂଚନା ମିଳିବା ପରେ ବନ ବିଭାଗ ସହାୟତାରେ ଚଢ଼ଉ କରାଯାଇଥିଲା। ଶନିବାର ବିଳମ୍ବିତ ରାତିରେ ଜଣେ ଶିକାରୀ ପାଖରୁ ତିନିଟି ଛାଲ ଜବତ କରାଯିବା ସହ ତାକୁ ଗିରଫ କରାଯାଇଥିଲା।