ବାସ୍ତୁ ଦୋଷରୁ ମୁକ୍ତି ପାଇଁ ଘରର କେଉଁ ଦିଗରେ ହେବା ଦରକାର ବେଡରୂମ, ଜାଣନ୍ତୁ??? | News Room Odisha

ବାସ୍ତୁ ଦୋଷରୁ ମୁକ୍ତି ପାଇଁ ଘରର କେଉଁ ଦିଗରେ ହେବା ଦରକାର ବେଡରୂମ, ଜାଣନ୍ତୁ???

ବାସ୍ତୁ ଦୋଷରୁ ମୁକ୍ତି ପାଇଁ ଘରର କେଉଁ ଦିଗରେ ହେବା ଦରକାର ବେଡରୂମ, ଜାଣନ୍ତୁ???

୧. ବାସ୍ତୁ ଶାସ୍ତ୍ର ଅନୁଯାଇ ଘର ଯାହାର ହୋଇଥାଏ ତାଙ୍କ ଘରେ ସକାରାତ୍ମକ ଏବଂ ଖୁସି ବାସ କରିଥାଏ କିନ୍ତୁ ଏହାର ଓଲଟା ହୁଏ ଯଦି ଘରେ ବାସ୍ତୁ ଦୋଷ ହୋଇଥାଏ ତେବେ ଘରେ ସବୁ କିଛି ଭଲ ହେଲେ ମଧ୍ୟ ସମସ୍ୟା ଆସିଥାଏ । ବାସ୍ତୁଦୋଷ ପାଇଁ କେବଳ ନକାରାତ୍ମକ ଅସୁବିଧା ହୋଇଥାଏ ଯେମିତିକି ଧନ ହାନି, ସ୍ୱାସ୍ଥ୍ୟ ହାନି ଏବଂ ସମ୍ମାନ ହାନି ଇତ୍ୟାଦି ହୋଇଥାଏ । କେତେ ଥର ଜଣା ଅଜଣତାରେ ଆମ ଘରେ ବାସ୍ତୁ ଦୋଷ ହୋଇଥାଏ ଯାହା ପୁରା ଘର ପରିବାର ସୁଖ ଶାନ୍ତି ନଷ୍ଟ କରିଥାଏ ।

ଭବନ ମୁଖ୍ୟ ଦ୍ଵାର :

୨. ବାସ୍ତୁ ଶାସ୍ତ୍ରରେ କୁହା ଯାଇଛି, କୌଣସି ମୁଖ୍ୟ ଦ୍ଵାର ପୂର୍ବ ବା ଉତରରେ ରହିବା ଉଚିତ, ସବୁଠାରୁ ଶ୍ରେଷ୍ଠ ଦିଶା ଏହା ହୋଇଥାଏ, ପୂର୍ବ ଦିଶାରେ ମୁଖ୍ୟ ଦ୍ଵାର ହେଲେ ସୂର୍ଯ୍ୟ କିରଣ ଘର ନକାରାତ୍ମକ ଊର୍ଜା ସମାପ୍ତ କରିଥାଏ, ଉତରମୁଖି ଭବନରେ ଲଗା ଯାଇଥିବା ମୁଖ୍ୟ କବାଟ ଚାରି କଣ ରଖନ୍ତୁ, ଏହାକୁ ଗୋଲ ବା ଅନ୍ୟ ଆକାର ଦିଅନ୍ତୁ ନାହିଁ ।

ପୂଜା ଘର ସ୍ଥାନ :

୩. ଘରେ ପୂଜା ଘର ସ୍ଥାନ ସବୁଠାରୁ ମହତ୍ଵ ପୂର୍ଣ ସ୍ଥାନ ମାନ୍ୟତା ଅଟେ, ଯଦି ଏହା ସଠିକ ଜାଗାରେ ରଖା ନଯାଏ ତେବେ ଏହାର ଖରାପ ପ୍ରଭାବ ପୁରା ଘର ଏବଂ ସେଥିରେ ରହୁଥିବା ଲୋକଙ୍କ ଉପରେ ପଡିଥାଏ, ଉତର ପୂର୍ବ ଦିଶା କଣରେ ରହିବା ଉଚିତ କାହିଁକିନା ଏହା ଦେବତାଙ୍କ ସ୍ଥାନ ହୋଇଥାଏ, ଏହି କଥା ବିଶେଷ ଧ୍ୟାନ ରଖନ୍ତୁ ଯେ ପୂଜା ଘର ଉପରେ ବା ତଳେ ଟୟଲେଟ ବା ରୋଷେଇଘର ହବା ଉଚିତ ନୁହ ବା ପୂଜା ଘରେ ଲାଗି ମଧ୍ୟ ରହିବା ଉଚିତ ନୁହ । ପୂଜା ଘର ସବୁବେଳେ ତଳେ ରଖନ୍ତୁ ।

ରୋଷେଇଘର ସ୍ଥାନ :

୪. ରୋଷେଇଘର ଯଦି ସଠିକ ଦିଶାରେ ସ୍ଥାପିତ ନକରା ଗଲା ତେବେ ପରିବାରରେ ରୋଗ ହୋଇଥାଏ, ସେଥିପାଇଁ ରୋଷେଇଘର ବାସ୍ତୁ ଶାସ୍ତ୍ର ଅନୁଯାଇ କରିବା ଆବଶ୍ୟକ ଅଟେ । ରୋଷେଇଘର ସବୁବେଳେ ଦକ୍ଷିଣ ପୂର୍ବ ଦିଶାରେ ରଖିବା ଉଚିତ, ଏହି ଦିଶା ଅଗ୍ନି ଦେବଙ୍କର ହୋଇଥାଏ, ଯଦି ଦକ୍ଷିଣ ପୂର୍ବ ଦିଶାରେ କୌଣସି ଅସୁବିଧା ଅଛି ତେବେ ଆପଣ ଉତର ପଶ୍ଚିମ ଦିଶାରେ ମଧ୍ୟ ରଖିପାରିବେ ।

ବେଡରୁମ ସ୍ଥାନ :

୫. ବାସ୍ତୁ ଅନୁଯାଇ ଘରେ ବେଡରୁମ ଦକ୍ଷିଣ ପଶ୍ଚିମ ବା ଉତର ପଶ୍ଚିମ ଦିଶାରେ ରହିବା ଉଚିତ, ଯଦି ଆପଣଙ୍କ ଘର କେତେ ଫ୍ଲୋର ଅଛି ତେବେ ଉପର ଫ୍ଲୋର ଦକ୍ଷିଣ ଏବଂ ପୁର ଦିଶାରେ ନିଜ ବେଡରୁମ ନିର୍ମାଣ କରନ୍ତୁ ଆପଣଙ୍କ ଦାଂପତ୍ଯ ଜୀବନ ସୁଖମୟ ହବ ।