କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ | News Room Odisha

କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ

ବୌଦ୍ଧ : ବୌଦ୍ଧ ବନ ବିଭାଗ ପକ୍ଷରୁ ଏକ କେନ୍ଦୁକାଠ ବୋଝେଇ ଟ୍ରକକୁ ଜବତ କରାଯାଇଛି । ବେଆଇନ ଭାବେ କାଠ ଚାଲାଣ କରାଯାଉଥିବାରୁ ଏଥିରେ ସମ୍ପୃକ୍ତ ତିନି ଜଣକୁ ଗିରଫ କରିଛି ବନ ବିଭାଗ ।

ସୂଚନାନୁଯାୟୀ , କଣ୍ଟାମାଳ ରେଞ୍ଜ୍ ଖୁଣ୍ଟିଗୋରା ଠାରେ କାଠ ଚାଲାଣ ହେଉଥିବା ନେଇ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ବିଶେଷ ସୂତ୍ରରୁ ଖବର ପାଇଥିଲେ । ତାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଖୁଣ୍ଟିଗୋରା ଠାରେ ଥିବା ଏକ ଟ୍ରକ୍ ଉପରେ ଚଢ଼ାଉ କରିଥିଲେ । ଟ୍ରକ୍‌ରୁ କେନ୍ଦୁକାଠ ଜବତ କରିବା ସହ ତିନି ଜଣକୁ ଗିରଫ କରିଛି ବନ ବିଭାଗ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାର ଜଣେ ଥିବା ବେଳେ ପଶ୍ଚିମବଙ୍ଗର ଦୁଇ ଜଣ ଥିବା ଜଣାପଡିଛି । ଜବତ କାଠର ମୂଲ୍ୟ ଆଠ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।