ଆନ୍ତର୍ଜାତିକ ବନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା | News Room Odisha

ଆନ୍ତର୍ଜାତିକ ବନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ଆଜି ଆନ୍ତର୍ଜାତିକ ବନ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ଜଙ୍ଗଲ ଆମକୁ ସ୍ୱଚ୍ଛ ପାଣି, ପବନ, ଖାଦ୍ୟ, ଜୀବନ ରକ୍ଷାକାରୀ ଓୗଷଧ ଦେବା ସହ ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ସହାୟକ ହୋଇଥାଏ। ସୁସ୍ଥ ଜୀବଜଗତ ପାଇଁ ସୁସ୍ଥ ଜଙ୍ଗଲ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ନବୀନ କହିଛନ୍ତି । ଏଥିସହ ସ୍ଥାୟୀ ସବୁଜ ଭବିଷ୍ୟତ ପାଇଁ ଓଡ଼ିଶାର ଜଙ୍ଗଲ କ୍ଷେତ୍ର ସଂପ୍ରସାରଣ ଜାରି ରଖିବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।