ଡିଜେଙ୍କ ମୃତ୍ୟୁ ନେଇ ସସପେନସ ଜାରି, ଆସିଲା ପୋଷ୍ଟମର୍ଟମ ରିପୋର୍ଟ | News Room Odisha

ଡିଜେଙ୍କ ମୃତ୍ୟୁ ନେଇ ସସପେନସ ଜାରି, ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର – ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣା ମୃତ୍ୟୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଶ୍ବାସରୁଦ୍ଧ ହୋଇ ଡିଜେ ଆଜେକ୍ସଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି। ବେକରେ ଦାଗ ରହିଛି , ଅନ୍ୟ ସ୍ଥାନରେ ଚିହ୍ନ ନାହିଁ। ଲିଗାଚର ମାର୍କରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ସେପଟେ ଗତ ୧୭ ତାରିଖ ରାତିରେ ତାଙ୍କୁ ଏକାଧିକ ଥର କଲ୍ କରିଥିଲେ ପ୍ରେମିକା । ଟେନସନ ହୋଇ ଟଙ୍କା, ସୁନା ସବୁ ଯାଚିଥିଲେ ଡିଜେ ଆଜେକ୍ସ। ‘ଟଙ୍କା, ସୁନା ସବୁ ପାଇବ ହେଲେ ମୋତେ ଆଉ ପାଇବନି ‘- ଡିଜେ ଆଜେକ୍ସଙ୍କ ଏଭଳି ଏକ ଚାଟ୍ ପୋଲିସ ହାତରେ ଲାଗିଥିବା ଜଣାପଡିଛି।
ସେପଟେ ଆଜେକ୍ସଙ୍କ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଖୁବଶୀଘ୍ର ଜେରା କରିବ ପୋଲିସ ।