ସ୍ଵଭାଵ କବିଙ୍କ ୯୯ତମ ଶ୍ରାଦ୍ଧବର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା | News Room Odisha

ସ୍ଵଭାଵ କବିଙ୍କ ୯୯ତମ ଶ୍ରାଦ୍ଧବର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି କବିଭୂମି ଠାରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ୯୯ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, ବରେଣ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ, ମୁଖ୍ୟବକ୍ତା ଭାବେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ରଞ୍ଜନ ସେଠୀ ଯୋଗଦାନ କରିଥିଲେ ।

ପ୍ରଥମେ ସମସ୍ତ ଅତିଥିବୃନ୍ଦ ବସ ଷ୍ଟେସନ ନିକଟସ୍ଥ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଓ ସମଧିପୀଠରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ କବିଙ୍କ ବାସଭବନରେ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଗଙ୍ଗାଧର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ମରଣିକା, ଗଙ୍ଗାଧର ଜ୍ୟୋତି ଯାତ୍ରା ଓ ପଏଟ୍ ଗଙ୍ଗାଧର ମେହେର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମରେ ସାହିତ୍ୟ ପରିଷଦର କାର୍ଯ୍ୟକାରୀ ସଭାପତି ମନୋରଞ୍ଜନ ମେହେର, ସମ୍ପାଦକ ଡକ୍ଟର ଶୁକମୁନି ମେହେର, ବିଡ଼ିଓ ପ୍ରସନ୍ନ ପାଣ୍ଡେ, ମହେନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।