ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ନେଇ ପ୍ରସ୍ତୁତିର ତଦାରଖ କଲେ ବିଜେଡି ସାଂଗଠନିକ ସମ୍ପାଦକ | News Room Odisha

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ନେଇ ପ୍ରସ୍ତୁତିର ତଦାରଖ କଲେ ବିଜେଡି ସାଂଗଠନିକ ସମ୍ପାଦକ

ଛତ୍ରପୁର – ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ଜୋର୍‌‌ଦାର୍‌‌ ପ୍ରସ୍ତୁତି ଚାଲିଛି। ଗତକାଲି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଛତ୍ରପୁର ଗସ୍ତ କରି ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଗଞ୍ଜାମ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍ସାହିତ ଥିବାବେଳେ ତାଙ୍କୁ ଏହି କାର୍ଯ୍ୟକ୍ରମରେ ଭବ୍ୟ ସ୍ୱାଗତ କରିବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ କହିଛନ୍ତି ପ୍ରଣବ ପ୍ରକାଶ ଦାସ କହିଛନ୍ତି। ସଫଳତା ଓ ଶାନ୍ତିଶୃଙ୍ଖଳାର ସହିତ ଗସ୍ତ କାର୍ଯ୍ୟ ସାରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। କିଛି ମାସର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଉନ୍ନତିର ଭେଟି ଦେବାକୁ ଯାଉଛନ୍ତି। ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର କବିସୂର୍ଯ୍ୟନଗର, ହିଞ୍ଜିଳିକାଟୁ ଓ ଛତ୍ରପୁର ଯାଇ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ନିର୍ମାଣ ସରିଥିବା ପ୍ରକଳ୍ପକୁ ଉଦ୍‌‌ଘାଟନ କରିବେ ।