ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ | News Room Odisha

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି । ଏନେଇ ଶୁକ୍ରବାର ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କୋର୍ଟଙ୍କ ରାୟ ପ୍ରକାଶ ଦିନ ଅର୍ଥାତ୍ ମାର୍ଚ୍ଚ ୨୩, ୨୦୨୩ ଠାରୁ ସେ ସଂସଦ ଭାବେ ଅଯୋଗ୍ୟ ହୋଇଛନ୍ତି ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି । ରାହୁଲ ଗାନ୍ଧୀ କେରଳର ଓ୍ବୟନାଡରୁ ଲୋକସଭା ସାଂସଦ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଙ୍ଗିଆ ନେଇ ଚାରି ବର୍ଷ ତଳେ ଏକ ବିବାଦୀୟ ବୟାନ ପାଇଁ ଏକ ଅପରାଧିକ ମାନହାନି ମାମଲାରେ ଗୁରୁବାର ସୁରଟର ଏକ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ଅବଶ୍ୟ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ ଓ ଏହି ରାୟ ବିରୋଧରେ ଅପିଲ କରିବା ପାଇଁ ୩୦ ଦିନ ସମୟ ଦିଆଯାଇଥିଲା ।

୨୦୧୩ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଥିଲେ ଯେ ଯଦି ବିଧାୟକ, ବିଧାନ ପରିଷଦର ସଦସ୍ୟ କିମ୍ବା ଜଣେ ସାଂସଦଙ୍କୁ କୌଣସି ଅପରାଧିକ ମାମଲାରେ ଦୁଇ ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ହୁଏ, ତେବେ ତାଙ୍କ ସଦସ୍ୟତା ରଦ୍ଦ ହେବ।