ଡ୍ୟୁଟିରେ ଥାଇ ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା  | News Room Odisha

ଡ୍ୟୁଟିରେ ଥାଇ ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା 

ବରଗଡ଼ – ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା। ଡ୍ୟୁଟିରେ ଥିବା ବେଳେ ନିଜ ବନ୍ଧୁକରୁ ଗୁଳି କରି ଜଣେ ସିଆରପିଏଫ୍ ଯବାନ ଆତ୍ମହତ୍ୟା କରିଥିବା ଜଣାପଡିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତ ସିଆରପିଏଫ୍ ଯବାନଙ୍କ ହେଉଛନ୍ତି ପଶ୍ଚିମବଙ୍ଗ ବାସିନ୍ଦା ପ୍ରସନ୍ନଜିତ ପାଳ। ସେ ଜଗଦଲପୁରରେ ଥିବା ସିଆରପିଏଫ୍ କ୍ୟାମ୍ପରେ କାର୍ଯ୍ୟରତ ଥିଲେ। ଗତକାଲି ରାତି ୧୦ଟାରୁ ତାଙ୍କ ଡ୍ୟୁଟି ସୁରକ୍ଷା ଟାୱାର ଉପରେ ରହିଥିଲା। ଡ୍ୟୁଟିରେ ରହିଥିବା ବେଳେ ସେ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିଲେ ବୋଲି ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଆଣିଥିବା ସହଯୋଗୀମାନେ କହିଛନ୍ତି। ସେ କାହିଁକି ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନାହିଁ।