୬ ମହଲା ଛାତରେ ଚଢି ରୋଗୀଙ୍କ ଆତ୍ମହତ୍ୟା ଧମକ, ଉଦ୍ଧାର କାର୍ଯ୍ଯ ଜାରି | News Room Odisha

୬ ମହଲା ଛାତରେ ଚଢି ରୋଗୀଙ୍କ ଆତ୍ମହତ୍ୟା ଧମକ, ଉଦ୍ଧାର କାର୍ଯ୍ଯ ଜାରି

ଝାରସୁଗୁଡ଼ା: ଝାରସୁଗୁଡ଼ା ମୁଖ୍ଯ ଚିକିତ୍ସାଳୟରେ ଅଭାବନୀୟ ଘଟଣା। ଏଠାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ହଠାତ ୬ ମହଲା ଝରକା ଉପରେ ଚଢିଯାଇ ତଳକୁ ଡେଇଁ ଆତ୍ମହତ୍ଯା କରିବା ଧମକ ଦେଉଛନ୍ତି। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଞ୍ଚି ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛନ୍ତି।