କଳିଙ୍ଗ ଷ୍ଟାଡିୟମ ପରିସରରେ ବିଶ୍ୱସ୍ତରୀୟ ଟେନିସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ  | News Room Odisha

କଳିଙ୍ଗ ଷ୍ଟାଡିୟମ ପରିସରରେ ବିଶ୍ୱସ୍ତରୀୟ ଟେନିସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର – ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ଆନ୍ତର୍ଜାତିକ ସ୍ତରର ଟେନିସ ସେଣ୍ଟର ଯୋଡି ହୋଇଛି। ଆଇଟିଏଫ ସ୍ୱୀକୃତି ପ୍ରାପ୍ତ କୋର୍ଟ ଥିବା ବିଶ୍ୱସ୍ତରୀୟ ଟେନିସ ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।

ଏହି ଟେନିସ ସେଣ୍ଟରରେ ଖେଳାଳିଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସବୁ ରହିଛି। ଟେନିସ ସେଣ୍ଟରରେ ଫ୍ଲଡ୍ ଲାଇଟ୍ ସହ ସିନ୍ଥେଟିକ କୋର୍ଟ ବିଛାଯାଇଛି । ସେଣ୍ଟର କୋର୍ଟ ପାଇଁ ୧୫୦୦ ଦର୍ଶକ କ୍ଷମତା ସହିତ ଏହା ପରିସରରେ ୧୬୦ ଆସନ ବିଶିଷ୍ଟ ଅଡିଟୋରିୟମ୍‌, ମେଡିକାଲ୍ ଓ ଫିଜିଓଥେରାପି ରୁମ୍‌, ପ୍ଲେୟାର୍‌ ଚେଞ୍ଜିଂ ରୁମ୍‌, ମେଡିଆ ସେଣ୍ଟର, ଅମ୍ପାୟାର୍‌, ପ୍ରଶିକ୍ଷକଙ୍କ ପାଇଁ ମଧ୍ୟ ବିଶ୍ବସ୍ତରୀୟ ବ୍ୟବସ୍ଥା ରହିଛି।