ରାଜ୍ୟରେ ଆଇନ ଶୃଙ୍ଖଳା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର ଟାର୍ଗେଟ | News Room Odisha

ରାଜ୍ୟରେ ଆଇନ ଶୃଙ୍ଖଳା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର -ରାଜ୍ୟରେ ଆଇନ ଶୃଙ୍ଖଳା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଙ୍କୁ କାଉଣ୍ଟର କଲେ ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର । ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶାକୁ ନିନ୍ଦିତ କରନ୍ତୁନି ବୋଲି ସସ୍ମିତ ପାତ୍ର କହିଛନ୍ତି। ସସ୍ମିତ ଟୁଇଟ କରି ଧର୍ମେନ୍ଦ୍ରଙ୍କୁ କହିଛନ୍ତି ଯେ, ଆପଣ ଓଡ଼ିଶାର ଆଇନ ଶୃଙ୍ଖଳା ଓ ଅପରାଧ ନେଇ ଅବଗତ ନାହାନ୍ତି ।

ସ୍ପର୍ଶକାତର ଘଟଣାରେ ରାଜନୀତି ନ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ସସ୍ମିତ । ଓଡ଼ିଶା ଅପେକ୍ଷା ବିଜେପି ଶାସିତ ରାଜ୍ୟରେ ଅଧିକ ଅପରାଧ ହେଉଛି। ୨୦୨୧ ଏନସିଆରବି ଅନୁସାରେ ବିଜେପି ଶାସିତ ରାଜ୍ୟରେ ବେଶୀ ଅପରାଧ ସଂଘଟିତ ହୋଇଛି । ଧର୍ଷଣ, ହତ୍ୟା ମାମଲା ଓଡ଼ିଶାଠୁ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶରେ ଅଧିକ ବୋଲି ସସ୍ମିତ କହିଛନ୍ତି। ଅପରାଧିକ ମାମଲାରେ ଓଡ଼ିଶାଠାରୁ ଆସାମ, ହରିଆଣାରେ ଅଧିକ ଆଗରେ ବୋଲି କହିଛନ୍ତି ବିଜେଡି ସାଂସଦ।