ନବନିଯୁକ୍ତ ଦଳୀୟ ପର୍ଯ୍ୟବେକ୍ଷକଙ୍କ ସହ ଆଜି ଆଲୋଚନା କରିବେ ବିଜେଡି ସୁପ୍ରିମୋ | News Room Odisha

ନବନିଯୁକ୍ତ ଦଳୀୟ ପର୍ଯ୍ୟବେକ୍ଷକଙ୍କ ସହ ଆଜି ଆଲୋଚନା କରିବେ ବିଜେଡି ସୁପ୍ରିମୋ

ଭୁବନେଶ୍ବର – ବିଜେଡିର ନବନିଯୁକ୍ତ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ଆଜି ଆଲୋଚନା କରିବେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ପ୍ରସଙ୍ଗରେ ନବୀନ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବା ସମ୍ଭାବନା ରହିଥିବା।

୨୦୨୪ ନିର୍ବାଚନର ପ୍ରାକ୍ ପ୍ରସ୍ତୁତି ସ୍ୱରୂପ ଜିଲ୍ଲାସ୍ତରରେ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବାକୁ ଦଳର ୨୫ଜଣ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ।ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ୪ ଜିଲ୍ଲାର ଦାୟିତ୍ବ ମିଳିଥିବା ବେଳେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ବ ଦିଆଯାଇଛି।

BJDBJD Supremo Naveen Patnaik