ଛତିଶଗଡ଼ ବେଆଇନ ଭାବେ ମହାନଦୀ ପାଣିକୁ ଅଟକାଉଛି : ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ | News Room Odisha

ଛତିଶଗଡ଼ ବେଆଇନ ଭାବେ ମହାନଦୀ ପାଣିକୁ ଅଟକାଉଛି : ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ବର – ମହାନଦୀ ଜଳ ବିବାଦ ମାମଲାରେ ଆଜି ବିଧାନସଭାରେ ବିବୃତି ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ। ମହାନଦୀ ଜଳ ବିବାଦର ମୂଳ କାରଣ ହେଉଛି ଛତିଶଗଡ଼ । ଛତିଶଗଡ଼ ଏକତରଫା ଓ ବେଆଇନ ଭାବେ ମହାନଦୀ ପାଣିକୁ ଅଟକାଉଛି। ଛତିଶଗଡ଼ ୨୭.୪୮ ନିୟୁତ ଏକର ଫୁଟକୁ ବ୍ୟବହାର କରିବା ପାଇଁ ମସୁଧା କରୁଛି ।୬ଟି ବିଶାଳକାୟ ଶିଳ୍ପଭିତ୍ତିକ ବ୍ୟାରେଜ କରି ମହାନଦୀ ଜଳକୁ ଅବରୋଧ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଅଣ ମୌସୁମୀ ସମୟରେ ଜଳ ପ୍ରବାହ କମୁଛି ବୋଲି ସେ ଗୃହରେ କହିଥିଲେ।

ଜଳ ସମ୍ପଦ ମନ୍ତ୍ରୀ ଆହୁରି କହିଛନ୍ତି, ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଏ ନେଇ ଅବଗତ କରିଥିଲେ। ଓଡ଼ିଶା ପାଇଁ ୨ନିୟୁତ ଏକର ଫୁଟ ପାଣି ଛାଡ଼ିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ଏ ନେଇ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅଵଗତ କରାଇଥିଲେ ବି କୌଣସି ସୁଫଳ ମିଳିଲା ନାହିଁ । ଏବେ ଟ୍ରିବ୍ୟୁନାଲକୁ ରାଜ୍ୟ ସରକାର ଯାଇଛନ୍ତି । ବିବାଦର ସମାଧାନ ପାଇଁ ସହଯୋଗ କରିବାକୁ ଗୃହର ସମସ୍ତ ସଦସ୍ୟଙ୍କୁ ଆହ୍ବାନ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।