ଆଜିଠାରୁ ଶୂନ୍ୟ ଦୁର୍ଘଟଣା ଜନିତ ମୃତ୍ୟୁ ସପ୍ତାହ, ସଡ଼କ ଦୁର୍ଘଟଣା ମୃତ୍ୟୁ ରୋକିବା ପାଇଁ ସୃଷ୍ଟି କରାଯିବ ସଚେତନତା | News Room Odisha

ଆଜିଠାରୁ ଶୂନ୍ୟ ଦୁର୍ଘଟଣା ଜନିତ ମୃତ୍ୟୁ ସପ୍ତାହ, ସଡ଼କ ଦୁର୍ଘଟଣା ମୃତ୍ୟୁ ରୋକିବା ପାଇଁ ସୃଷ୍ଟି କରାଯିବ ସଚେତନତା

ଭୁବନେଶ୍ୱର – ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର ହ୍ରାସ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଶୂନ୍ୟ ଦୁର୍ଘଟଣା ଜନିତ ମୃତ୍ୟୁ ସପ୍ତାହ ଆରମ୍ଭ ହୋଇଛି । ଏହି ଅବସରରେ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ରୋକିବା ଦିଗରେ ସଚେତନ ସୃଷ୍ଟି କରାଯିବ । ଦୁର୍ଘଟଣାଜନିତ ମୃତ୍ୟୁ ଯେପରି ନ ହୁଏ ସେଥିପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯିବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୨ରେ ରାଜ୍ୟରେ ୧୧ ହଜାର ୬୬୩ଟି ସଡକ ଦୁର୍ଘଟଣାରେ ୫୪୬୭ ଜଣଙ୍କର ମୃତ୍ୟୁ ଘଟିଛି। ୨୦୨୧ ତୁଳନାରେ ୨୦୨୨ରେ ୭.୬୦ ପ୍ରତିଶତ ଅଧିକ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି।