ଝାରସୁଗୁଡ଼ାରୁ ବିଜେଡି ପ୍ରାର୍ଥୀ ହେଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି | News Room Odisha

ଝାରସୁଗୁଡ଼ାରୁ ବିଜେଡି ପ୍ରାର୍ଥୀ ହେଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି

ଭୁବନେଶ୍ବର – ଝାରସୁଗୁଡ଼ା ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ବିଜେଡିର ପ୍ରାର୍ଥୀ ଭାବେ ଘୋଷିତ ହେବା ପରେ ସ୍ୱର୍ଗତ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ପାଇଁ ସେ ଆସିଥିଲେ ବୋଲି ସାକ୍ଷାତ ପରେ ଦୀପାଳି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ବିଜେଡି ସବୁବେଳେ ଗୋଟେ ଦକ୍ଷ ଦଳ। ବାପାଙ୍କ ପରେ ଦଳ ତାଙ୍କ ଉପରେ ଭରସା କରିଥିବାରୁ ସେ ବହୁତ ଖୁସି ବୋଲି ଦୀପାଳି କହିଛନ୍ତି । ବିଜେଡି ଝାରସୁଗୁଡାରେ ବହୁ ଭୋଟରେ ଜିତିବ ବୋଲି ସେ କହିଛନ୍ତି

ଝାରସୁଗୁଡ଼ାରେ ଉପନିର୍ବାଚନ ପାଇଁ ଗତ ବୁଧବାର ନିର୍ବାଚନ କମିସନଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତାମାସ ୧୦ ତାରିଖରେ ଏଠାରେ ଭୋଟ୍‌ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ।