ଦୈନିକ କୋଭିଡ୍ ସଂକ୍ରମଣ ୨୮ ପ୍ରତିଶତ ବୃଦ୍ଧି , ଗତ ୨୪ ଘଣ୍ଟାରେ ଆସିଲା ୩,୮୨୪ ମାମଲା | News Room Odisha

ଦୈନିକ କୋଭିଡ୍ ସଂକ୍ରମଣ ୨୮ ପ୍ରତିଶତ ବୃଦ୍ଧି , ଗତ ୨୪ ଘଣ୍ଟାରେ ଆସିଲା ୩,୮୨୪ ମାମଲା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ଦୈନିକ ମାମଲାରେ ପୁଣି ବଡ଼ ବୃଦ୍ଧି ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୩,୮୨୪ ମାମଲା ଆସିଛି, ଯାହା ଗତକାଲି ତୁଳନାରେ ୨୮ ପ୍ରତିଶତ ଅଧିକ । ଭାରତରେ ବର୍ତ୍ତମାନ ୧୮,୩୮୯ ସକ୍ରିୟ ମାମଲା ରହିଛି। ସମ୍ପ୍ରତି ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ମାମଲାର ୦.୦୪ ପ୍ରତିଶତ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧,୭୮୪ ଲୋକ କୋଭିଡରୁ ସୁସ୍ଥ ହୋଇଛନ୍ତି । ଏହି ମହାମାରୀରୁ ସୁସ୍ଥ ମୋଟ ଲୋକଙ୍କ ସଂଖ୍ୟା ୪,୪୧,୭୩,୩୩୫କୁ ବୃଦ୍ଧି ପାଇଛି । ଦେଶରେ ଆରୋଗ୍ୟ ହାର ବର୍ତ୍ତମାନ ୯୮.୭୭ ପ୍ରତିଶତ ରହିଛି। ଦୈନିକ ପଜିଟିଭିଟି ରେଟ୍ ୨.୮୭ ପ୍ରତିଶତ ସାପ୍ତାହିକ ସଂକମଣ ହାର ୨.୨୪ ପ୍ରତିଶତ ରେକର୍ଡ କରାଯାଇଛି ।