ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ: ଆଜି ଟୋକିଓରେ ବିଜନେସ ମିଟକୁ କରିବେ ସମ୍ବୋଧନ | News Room Odisha

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ: ଆଜି ଟୋକିଓରେ ବିଜନେସ ମିଟକୁ କରିବେ ସମ୍ବୋଧନ

ଟୋକିଓ – ଜାପାନ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀ ଟୋକିଓରେ ଓଡିଶା ବିଜନେସ ମିଟକୁ ସମ୍ବୋଧନ କରିବେ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଜାପାନୀ ଉଦ୍ୟୋଗୀଙ୍କୂ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ଶିଳ୍ପପତିଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରିବେ । ଜାପାନରୁ କିପରି ଅଧିକ ପୁଞ୍ଜି ଆସିବ ତାହା ଏବେ ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଛି । ବିଶେଷକରି ଟେକ୍ନୋଲୋଜି, ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ, ପେଟ୍ରୋ କେମିକାଲ୍ସ, ପର୍ଯ୍ୟଟନ ଭିତ୍ତିକ ଶିଳ୍ପରେ ପୁଞ୍ଜି ନିବେଶ ଉପରେ ଗୁରୁତ୍ବ ଦିଆଯାଉଛି । ଟୋକିଓ ସମେତ କ୍ବିଟୋ ଓ ଓସାକାରେ ମଧ୍ୟ ବିଜନେସ ମିଟରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଗସ୍ତରେ ଯାଇଛନ୍ତି।