ଭୁବନେଶ୍ୱର ଏମ୍ସ ଖାଦ୍ୟ ତାଲିକାରେ ସାମିଲ ହେଲା ମାଣ୍ଡିଆ  | News Room Odisha

ଭୁବନେଶ୍ୱର ଏମ୍ସ ଖାଦ୍ୟ ତାଲିକାରେ ସାମିଲ ହେଲା ମାଣ୍ଡିଆ 

ଭୁବନେଶ୍ୱର – ଭୁବନେଶ୍ୱର ଏମ୍ସ ମେନୁରେ ମାଣ୍ଡିଆକୁ ସାମିଲ କରାଯାଇଛି । ଏମ୍ସ ପରି ଜାତୀୟ ଭେଷଜ ପ୍ରତିଷ୍ଠାନରେ ବି ରୋଗୀ ଏବଂ ଛାତ୍ରଛାତ୍ରୀ ଖାଇବେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ।

ଉତ୍କଳ ଦିବସଠାରୁ ଏମ୍ସର ମେନୁରେ ମାଣ୍ଡିଆକୁ ସାମିଲ କରାଯାଇଛି। ଏହି ଅବସରରେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ସମସ୍ତଙ୍କ ସହ ବସି ମାଣ୍ଡିଆରେ ତିଆରି ପୁଷ୍ଟିକର ଆହାର ଖାଇବା ସହିତ ବିତରଣ ମଧ୍ୟ କରିଥିଲେ। ମାଣ୍ଡିଆର ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏମ୍ସ ଓପିଡ଼ରେ ଏକ ସଭାର ଆୟୋଜନ କରାଯାଇଥିଲା।