ଟୋକିଓରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଫୋକସରେ ରାଜ୍ୟ ପାଇଁ ଅଧିକରୁ ଅଧିକ ଜାପାନୀ ପୁଞ୍ଜି   | News Room Odisha

ଟୋକିଓରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଫୋକସରେ ରାଜ୍ୟ ପାଇଁ ଅଧିକରୁ ଅଧିକ ଜାପାନୀ ପୁଞ୍ଜି  

ଟୋକିଓ‌- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ ଆରମ୍ଭ ହୋଇଛି । ଟୋକିଓରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ ଶିବି ଜର୍ଜ ଓ ଦୂତାବାସ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି । ଓଡ଼ିଶାରେ ଅଧିକ ଜାପାନୀ ପୁଞ୍ଜି ନିବେଶ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତର ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀ ଆଜି ନିପ୍ପନ ଷ୍ଟିଲ କର୍ପୋରେସନର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଇଜି ହାସିମୋତୋଙ୍କ ସହ ଓ୍ବାନ୍ ଟୁ ଓ୍ବାନ ଆଲୋଚନା କରିବେ ।

ଆସନ୍ତାକାଲି ଟୋକିଓରେ ଓଡ଼ିଶା ବିଜିନେସ୍ ମିଟକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ପୁଞ୍ଜି ଖଟାଇବାକୁ ନିବେଶକାରୀଙ୍କୁ କରିବେ ନିମନ୍ତ୍ରଣ । ଓଡ଼ିଶା ବିଜନେସ ମିଟରେ ୨୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକ ସାମିଲ ହେବେ । ଓଡ଼ିଶାରେ ଶିଳ୍ପାୟନ ପାଇଁ ଥିବା ଅନୁକୂଳ ବାତାବରଣର ସୁଯୋଗ ନେବାକୁ ମୁଖ୍ୟମନ୍ତ୍ରୀ ଜାପାନୀ ପୁଞ୍ଜି ନିବେଶକାରୀଙ୍କୁ କହିବେ । ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟସଆଲୋଚନା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଯାଇଛନ୍ତି।